ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ , ୬୮ହଜାର କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର କରିବେ ଉଦଘାଟନ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସିବେ ସମ୍ବଲପୁର । ବସନ୍ତପୁର ସ୍ଥିତ ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବେ ।

ସମ୍ବଲପୁର (କେନ୍ୟୁଜ): ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସିବେ ସମ୍ବଲପୁର । ବସନ୍ତପୁର ସ୍ଥିତ ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବେ । ଏଥିସହ ୬୮ହଜାର କୋଟିରୁ ଅଧିକ ଟଙ୍କାର ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ୪୧୨ କିଲୋମିଟର ଧାମରା-ଅନୁଗୋଳ ପାଇପଲାଇନ୍ ସେକ୍ସନର ଉଦଘାଟନ କରିବେ । ୬୯୨ କିଲୋମିଟର ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନ୍ ସେକ୍ସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ୨୬ଶହ ୬୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼କୁ ପ୍ରାକୃତିକ ଗ୍ୟାସ ଯୋଗାଇବାରେ ସହାୟକ ହେବ ।

ସୁନ୍ଦରଗଡ଼ ଜିଲ୍ଲାର ଏନଟିପିସି-ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ଓ NSPCL ରାଉରକେଲା ଦ୍ବିତୀୟ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣର ଲୋକାର୍ପଣ ହେବ । ଅନୁଗୋଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ୍-3, ୨୭ହଜାର କୋଟିରୁ ଅଧିକ ଟଙ୍କାରେ ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ସୋନପୁରରୁ ପୁରୀକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପରେ ରେମେଡ୍ ପଡ଼ିଆରେ ଗ୍ୟାରେଣ୍ଟି ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସମାବେଶରେ ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା କ୍ଷେତ୍ର ସମ୍ବଲପୁର, ବରଗଡ, ସୁନ୍ଦରଗଡ,ବଲାଙ୍ଗିର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ବିଜେପି କର୍ମୀ ଓ ଜନସାଧାରଣ ସାମିଲ ହେବେ । କୁହାଯାଉଛି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁରରୁ ପ୍ରଚାର ଅଭିଯାନର ଶୁଭାରମ୍ଭ କରିବେ । ମୋଦି କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା ଅଛି । ଏଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଅନେକ ଗୁରୁତ୍ବ ରଖୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.