ସମ୍ବଲପୁର ଦେଖିବ ବିଗ୍ ଫାଇଟ : ଧର୍ମେନ୍ଦ୍ର ବନାମ ପ୍ରଣବଙ୍କ ଭିତରେ ହୋଇପାରେ କଡ଼ା ମୁକାବିଲା

ସମ୍ବଲପୁର ଦେଖିବ ବିଗ୍ ଫାଇଟ । ୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ଲଢ଼େଇ। ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ । ନବୀନ ନିବାସ ୱାର ରୁମରେ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ନେଇ ବସିଥିବା ବୈଠକରେ ଏନେଇ ସଙ୍କେତ ମିଳିଛି।

ଭୁବନେଶ୍ୱର (କେନ୍ୟୁଜ): ସମ୍ବଲପୁର ଦେଖିବ ବିଗ୍ ଫାଇଟ । ୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ଲଢ଼େଇ । ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ । ନବୀନ ନିବାସ ୱାର ରୁମରେ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ନେଇ ବସିଥିବା ବୈଠକରେ ଏନେଇ ସଙ୍କେତ ମିଳିଛି ।

ପୂର୍ବରୁ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ଲଢିବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ବାରମ୍ବାର ଗସ୍ତ କରୁଥିଲେ ପ୍ରଣବ ପ୍ରକାଶ ଦାସ । ନବୀନ ନିବାସ ୱାର ରୁମ୍ ବୈଠକରେ ସମ୍ବଲପୁର ଲୋକସଭା ଆସନରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥୀତ୍ୱକୁ ନେଇ ମୋହର ଲାଗିଥିବା କୁହାଯାଉଛି । କିନ୍ତୁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ କିଛି ସୂଚନା ମିଳିନି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ସିଇସି ବୈଠକରେ ଚୂଡାନ୍ତ ହୋଇଥିବା କୁହାଯାଉଛି । ଗତ ୨୦୧୯ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନ ବିଜେପି ହାତେଇ ନେଇଥିଲା । ଏହି ଲୋକସଭା ଅଧୀନରେ ଥିବା ୭ଟି ବିଧାନସଭା ମଧ୍ୟରୁ ୪ଟିରେ ବିଜେଡି ଜିତିଥିବା ବେଳେ ୩ଟି ବିଧାନସଭା ଆସନ ହାତେଇଥିଲା ବିଜେପି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.