ଆସିଲା ଏୟାରଟେଲର ବେଷ୍ଟ ରିଚାର୍ଜ ପ୍ଲାନ୍‌, ଡେଲି ଡାଟା ସରିବା ପରେ ବି ବ୍ୟବହାର କରିପାରିବେ ଇଣ୍ଟରନେଟ୍‌

ଟେଲିକମ୍ କମ୍ପାନୀ ଏୟାରଟେଲ ଆପଣଙ୍କ ପାଇଁ ଆଣିଛି ବଢ଼ିଆ ପ୍ଲାନ୍‌ ଯେଉଁଥିରେ ଆପଣ ମନ ଇଚ୍ଛା ମୋବାଇଲ ଡାଟା ବ୍ୟବହାର କରିପାରିବେ ଏବଂ ମ୍ୟାଚ୍‌ କୁ ଶେଷ ପର୍ଯ୍ୟନ୍ତ ଦେଖିପାରିବେ ।

ଜିଓ ସିନେମା ଆପରେ ଆପଣ ମାଗଣାରେ ଦୁନିଆର ସବୁଠାରୁ ଲୋକପ୍ରିୟ ଟି -20 ଲିଗ୍ ଦେଖିପାରିବେ । କିନ୍ତୁ ଆପଣଙ୍କର ସ୍ମାର୍ଟଫୋନ୍ କିମ୍ବା ଟ୍ୟାବଲେଟରେ ମ୍ୟାଚ୍ ଦେଖିବା ପାଇଁ ଆପଣଙ୍କ ପାଖରେ ୱାଇ-ଫାଇ କିମ୍ବା ଏମିତି ଡାଟା ରିଚାର୍ଜ ପ୍ଲାନ ଥିବା ଆବଶ୍ୟକ ଯେଉଁଥିରେ ଆପଣଙ୍କ ଡାଟା ସରିବ ନାହିଁ । ଯଦି ଆପଣ HD କ୍ୱାଲିଟିରେ ଅନଲାଇନ୍ ରେ ମ୍ୟାଚ୍ ଦେଖନ୍ତି ତେବେ ଆପଣଙ୍କର ୪ ଜିବି ଡାଟା ଶେଷ ହୋଇଯିବ । ତେବେ ଟେଲିକମ୍ କମ୍ପାନୀ ଏୟାରଟେଲ ଆପଣଙ୍କ ପାଇଁ ଆଣିଛି ବଢ଼ିଆ ପ୍ଲାନ୍‌ ଯେଉଁଥିରେ ଆପଣ ମନ ଇଚ୍ଛା ମୋବାଇଲ ଡାଟା ବ୍ୟବହାର କରିପାରିବେ ଏବଂ ମ୍ୟାଚ୍‌ କୁ ଶେଷ ପର୍ଯ୍ୟନ୍ତ ଦେଖିପାରିବେ । ତେବେ ଆସନ୍ତୁ ଏୟାରଟେଲର ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ ଜାଣିବା ।

୩୦୧ ଟଙ୍କାର ରିଚାର୍ଜ ପ୍ଲାନ୍‌ :
ଏୟାରଟେଲର ଏହି ରିଚାର୍ଜ ପ୍ଲାନରେ ୟୁଜରମାନେ ୫୦ ଜିବି ହାଇ ସ୍ପିଡ୍ ଡାଟାର ଲାଭ ପାଇବେ । ଦୈନିକ ଡାଟା ଲିମିଟ୍‌ ସରିଯିବା ପରେ ମଧ୍ୟ ୟୁଜରମାନେ ଏହି ରିଚାର୍ଜ ପ୍ଲାନ୍‌ ଦ୍ୱାରା ଇଣ୍ଟରନେଟ୍ ସୁବିଧା ପାଇପାରିବେ । ଏପରି ପରିସ୍ଥିତିରେ ୟୁଜରମାନେ IPL ୨୦୨୪ ମ୍ୟାଚ୍ ର ଭରପୁର ମଜା ନେଇ ପାରିବେ । ଏହି ପ୍ଲାନର ଭ୍ୟାଲିଡିଟି ୟୁଜରମାନଙ୍କର ଆକ୍ଟିଭ୍‌ ଥିବା ପ୍ଲାନର ଲିମିଟ୍‌ ପର୍ଯ୍ୟନ୍ତ ରହିବ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ନମ୍ବରର ୨୮ ଦିନର ପ୍ଲାନ୍‌ ଅଛି, ତେବେ ଏହି ୩୦୧ ରିଚାର୍ଜ ପ୍ଲାନ୍‌ ମଧ୍ୟ ୨୮ ଦିନ ପର୍ଯ୍ୟନ୍ତ ରହିବ ।

୧୪୮ ଟଙ୍କାର ପ୍ଲାନ୍‌
ଏୟାରଟେଲର ଏହି ରିଚାର୍ଜ ପ୍ଲାନରେ ୧୫ ଜିବି ପର୍ଯ୍ୟନ୍ତ ହାଇ ସ୍ପିଡ୍ ଡାଟା ମିଳିବ । ଏହି ପ୍ଲାନରେ ମିଳୁଥିବା ଡାଟା ମୁଖ୍ୟ ଦୈନିକ ଡାଟା ଲିମିଟି ସରିବା ପରେ ବ୍ୟବହାର କରାଯାଇପାରିବ । ଏହି ପ୍ଲାନର ଭ୍ୟାଲିଡିଟି କରେଣ୍ଟ ଡାଟାର ଭ୍ୟାଲିଡିଟି ପର୍ଯ୍ୟନ୍ତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.