ଏମିତି ପୁଅକୁ ଧିକ୍, କାଠ କାଟିବାକୁ ବାପା ବାରଣ କରିବାରୁ ଘଟାଇଲା ନାରକୀୟ କାଣ୍ଡ

ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା । ଯିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଗଢ଼ି ତୋଳିଥାଏ ତାକୁ ଟିକେ ଆଦର ଦେବା ତ ଦୁରର କଥା ଜୀବନରୁ ମାରିଦେବାକୁ ବି ପଛଘୁଞ୍ଚା ଦେଉନାହିଁ ସେହି ଜନ୍ମକଲା ପୁଅ । ସାମାନ୍ୟ ସ୍ୱାର୍ଥ ପାଇଁ ପାଲଟି ଯାଉଛି ପଶୁ ।

ଯୋଡା (କେନ୍ୟୁଜ): ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା । ଯିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଗଢ଼ି ତୋଳିଥାଏ ତାକୁ ଟିକେ ଆଦର ଦେବା ତ ଦୁରର କଥା ଜୀବନରୁ ମାରିଦେବାକୁ ବି ପଛଘୁଞ୍ଚା ଦେଉନାହିଁ ସେହି ଜନ୍ମକଲା ପୁଅ । ସାମାନ୍ୟ ସ୍ୱାର୍ଥ ପାଇଁ ପାଲଟି ଯାଉଛି ପଶୁ।

ସତରେ ବାପା-ମାଆ, ଏମିତି ଦୁଇ ବ୍ୟକ୍ତିତ୍ୱ ଯାହାକୁ ଆମେ କାହା ସହ ବି ତୁଳନା କରିପାରିବାନାହିଁ । ଏମାନେ ଅମୂଲ୍ୟ । ଦୁନିଆରେ ସବୁକିଛି ମିଳିପାରିବ ହେଲେ ବାପା ମାଆଙ୍କ ସ୍ନେହ ମମତା କେହି ବି କେବେ ଦେଇପାରିବେ ନାହିଁ। ଏ ସ୍ୱାର୍ଥପର ଦୁନିଆରେ କେବଳ ଏହି ଦୁଇ ଜଣ ଯିଏ ବିନା ସ୍ୱାର୍ଥରେ ନିଜ କର୍ତ୍ତବ୍ୟକୁ ତୁଲାଇଥାନ୍ତି । କିନ୍ତୁ ଏମାନଙ୍କ ମୂଲ୍ୟ ବୁଝିପାରନ୍ତିନାହିଁ କିଛି କୁଳାଙ୍ଗାର ପୁଅ । ଏମିତି କିଛି ଅଘଟଣ ଘଟାଇ ଦିଅନ୍ତି ଯାହା ପାଇଁ ଯେତେ ଦଣ୍ଡ ଦେଲେ ବି କମ୍ ହେବ ।

ଏମିତି ଏକ ଅଘଟଣ ଘଟିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ବସିରା ଗ୍ରାମରେ । ଯେଉଁଠି ପୁଅର ଆକ୍ରମଣରେ ଘଟଣାସ୍ଥଳରେ ବାପା ମୃତ୍ୟୁବରଣ କରିଥିବାବେଳେ ଗୁରୁତର ଅବସ୍ଥାରେ ଚମ୍ପୁଆ ଡାକ୍ତର ଖାନାରେ ଚିକିତ୍ସାଧିନ ଅବସ୍ଥାରେ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଖବର ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ ବସିରା ଗ୍ରାମର ଗୁରୁଚରଣ ମୁଣ୍ଡାଙ୍କ ପୁଅ ଧ୍ୟାନ ମୁଣ୍ଡା ଅତର୍କିତ ଆକ୍ରମଣ କରିବାରୁ ବାପା ଗୁରୁଚରଣ ଓ ମା ପାଲ ମୁଣ୍ଡାଙ୍କ ମୃତ୍ୟୁ ଘଟିଛି । ସକାଳେ ଧ୍ୟାନ ଘର ଅଗଣାରେ କାଠ କାଟୁଥିବା ସମୟରେ ବାପା ବାରଣ କରିବାରୁ ପ୍ରଥମେ ବାପାଙ୍କୁ ଅତର୍କିତ ଆକ୍ରମଣ କରିଥିବାବେଳେ ମା ଛଡ଼ାଇବାକୁ ଆସି ଆକ୍ରମଣର ଶିକାର ହୋଇଥିଲେ ।

ଘଟଣା ସ୍ଥଳରେ ବାପା ଗୁରୁଚରଣଙ୍କ ଜୀବନ ଚାଲିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମା ପାଲ ମୁଣ୍ଡାକୁ ଘର ପାଖ ଲୋକ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବି ଜୀବନ ଚାଲିଯାଇଥିଲା । ଖବର ପାଇ ଚମ୍ପୁଆ ଥାନା ଅଧିକାରିଣୀ ଦେବକୀ ନାଏକ ଓ ଏସଡିପିଓ ବିଜୟ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ଗତ କିଛି ବର୍ଷ ହେବ ଧ୍ୟାନର ସ୍ତ୍ରୀ ସଂସଦ ଘର ଛାଡି ଅନ୍ୟତ୍ର ରହୁଥିବା ବେଳେ, ଘରେ ଧ୍ୟାନ ତା’ର ବାପା ମା’ ଓ ଦୁଇ ପୁଅଙ୍କ ସହ ରହି ଆସୁଥିଲା । ତେବେ କିଛିଦିନ ହେବ ଧ୍ୟାନର ମାନସିକ ସ୍ଥିତି ଭଲ ନ ଥିବା ବେଳେ ସେ ବହୁ ସମୟ ଘର ଭିତରେ ନିଜେ ଏକୁଟିଆ ରହୁଥିବା ନେଇ ଶୁଣିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.