ପୂର୍ବତନ ବାୟୁସେନା ମୁଖ୍ୟ RKS ଭଦୌରିଆ ବିଜେପିରେ ସାମିଲ, ଗାଜିଆବାଦରୁ ଲଢିପାରନ୍ତି ନିର୍ବାଚନ

ପୂର୍ବତନ ବାୟୁସେନା ଅଧ୍ୟକ୍ଷ ରାକେଶ କୁମାର ସିଂହ ଭଦୌରିଆ ଓ ୱାଇଏସଆରର ବରିଷ୍ଠ ନେତା ଭି.ପ୍ରସାଦ ରାଓ ବିଜେପିରେ ସାମିଲ ହୋଇଛନ୍ତି । ହି ସମୟରେ ବିଜେପି ମନ୍ତ୍ରୀ ଅନୁରାଗ ଠାକୁର ଓ ବରିଷ୍ଠ ନେତା ବିନୋଦ ତାବଡେ ଦୁଇ ନେତାଙ୍କୁ ସଦସ୍ୟତା ପ୍ରଦାନ ସହ ସ୍ୱାଗତ କରିଛନ୍ତି । ସେ ଭାରତକୁ ରାଫେଲ ଆଣିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବତନ ବାୟୁସେନା ଅଧ୍ୟକ୍ଷ ରାକେଶ କୁମାର ସିଂହ ଭଦୌରିଆ ଓ ୱାଇଏସଆରର ବରିଷ୍ଠ ନେତା ଭି.ପ୍ରସାଦ ରାଓ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ବିନୋଦ ତାବଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ଦୁଇଜଣଙ୍କୁ ଦିଲ୍ଲୀରେ ଦଳର ସଦସ୍ୟତା ଦେଇଛନ୍ତି । ତେବେ ସେ ଗାଜିଆବାଦରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଆଲୋଚନା ହେଉଛି ।

ବାୟୁସେନାର ପୂର୍ବତନ ଅଧ୍ୟକ୍ଷ ରାକେଶ କୁମାର ସିଂହ ଭଦୌରିଆ ଓ ୱାଇଏସଆରର ବରିଷ୍ଠ ନେତା ଭି.ପ୍ରସାଦ ରାଓ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ସମୟରେ ବିଜେପି ମନ୍ତ୍ରୀ ଅନୁରାଗ ଠାକୁର ଓ ବରିଷ୍ଠ ନେତା ବିନୋଦ ତାବଡେ ଦୁଇ ନେତାଙ୍କୁ ସଦସ୍ୟତା ପ୍ରଦାନ ସହ ସ୍ୱାଗତ କରିଛନ୍ତି ।

ବିଜେପିରେ ସାମିଲ ହେବା ପରେ ପୂର୍ବତନ ବାୟୁସେନା ମୁଖ୍ୟ କହିଛନ୍ତି, ବିକଶିତ ଭାରତ ସଂକଳ୍ପ ବିଶ୍ୱସ୍ତରରେ ଭାରତକୁ ଅଲଗା ପରିଚୟ ଦେବ । ସେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପକୁ ପୁରା କରିବା ଦିଗରେ କାର୍ଯ୍ୟ କରିବେ ।

ତେବେ ଭଦୌରିଆ ୨୦୨୧ରେ ବାୟୁସେନା ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଏୟାରଚିଫ ମାର୍ଶଲ ବିବେକ ରାମ ଚୌଧୁରୀ ବାୟୁସେନାର ପ୍ରମୁଖ ହୋଇଥିଲେ । ଭଦୌରିଆ ୩୦ ସେପ୍ଟେମ୍ବର ୨୦୨୯ରୁ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବାୟୁସେନାର ପ୍ରମୁଖ ଥିଲେ । ସେ ଉତ୍ତର ପ୍ରଦେଶ ଆଗ୍ରାରେ ରହୁଥିଲେ । ସେ ଭାରତକୁ ରାଫେଲ ଆଣିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.