ସହିଦ ନଗର SI ନିଲମ୍ବିତ, ଲାଞ୍ଚ ନେବା ମାମଲାରେ କାବୁ କରିଥିଲା ଭିଜିଲାନ୍ସ

ନିଲମ୍ବିତ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ। ଲାଞ୍ଚ ନେବା ମାମଲାରେ ସେ ଭିଜିଲାନ୍ସ ହେପାଜତରେ ଅଛନ୍ତି । ଗତକାଲି ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ଗାଡି ଛାଡିବା ପାଇଁ ଲାଞ୍ଚ ନେଉଥିଲେ । ଥାନା ପରିସରରେ ହେଉଥିଲା ଲାଞ୍ଚ କାରବାର ।

ଭୁବନେଶ୍ୱର (କେନ୍ୟୁଜ): ନିଲମ୍ବିତ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ସେ ଭିଜିଲାନ୍ସ ହେପାଜତରେ ଅଛନ୍ତି । ଗତକାଲି ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ଗାଡି ଛାଡିବା ପାଇଁ ଲାଞ୍ଚ ନେଉଥିଲେ । ଥାନା ପରିସରରେ ହେଉଥିଲା ଲାଞ୍ଚ କାରବାର ।

ଏହି ସମୟରେ ସହିଦନଗର ଥାନା ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଜବତ ଗାଡିକୁ ଛାଡିବା ପାଇଁ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀ ୩ ହଜାର ଟଙ୍କା ଦେବା ପରେ ମଧ୍ୟ ଗାଡି ନ ଛାଡି ଆଉ ୨ ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ ହୋଇଛି । ତେଣୁ ଯୋଜନା ମୁତାବକ ଆଜି ୨ ହଜାର ଟଙ୍କା ଦେଉଥିବା ବେଳେ ଭିଜାଳାନ୍ସ ମାଡି ବସିଥିଲା । ଡ୍ରିଙ୍କ ଆଣ୍ଡ ଡ୍ରାଇଭରେ ଜବତ ଗାଡିକୁ ଛାଡିବା ପାଇଁ ନେଉଥିଲେ ଲାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.