ଲେହରେ ଯବାନଙ୍କ ସହିତ ହୋଲି ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ, ଯବାନଙ୍କୁ ଲଗାଇଲେ ରଙ୍ଗ

ରାଜନାଥ ସିଂହଙ୍କ ସହ ସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଯବାନଙ୍କ ସହ ହୋଲି ମନାଇବାକୁ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଲେହରେ ‘ହଲ୍ ଅଫ୍ ଫେମ୍’ରେ ଦେଶର ସୁରକ୍ଷା ଲାଗି ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ଆଉ ଗୋଟେ ଦିନ ପରେ ରଙ୍ଗର ପର୍ବ ହୋଲି । ତେଣୁ ଏବେ ସାରା ଦେଶରେ ହୋଲିର ମାହୋଲ ଦେଖିବାକୁ ମିଳୁଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ରଶାସିତ ପ୍ରଦେଶ ଲଦାଖର ଲେହରେ ବୀର ଯବାନଙ୍କ ସହ ହୋଲି ମନାଇବାକୁ ପହଞ୍ଚିଛନ୍ତି । ଲେହ ବିମାନବନ୍ଦରରେ ଲଦାଖ ଉପରାଜ୍ୟପାଳ ବି.ଡି.ମିଶ୍ରା , ପ୍ରଶାସନ ଓ ସେନାର ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ସ୍ୱାଗତ କରିଛନ୍ତି ।

ରାଜନାଥ ସିଂହଙ୍କ ସହ ସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଯବାନଙ୍କ ସହ ହୋଲି ମନାଇବାକୁ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଲେହରେ ‘ହଲ୍ ଅଫ୍ ଫେମ୍’ରେ ଦେଶର ସୁରକ୍ଷା ଲାଗି ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଯବାନଙ୍କ ମନୋବଳ ବଢାଇବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଲେହ ପହଞ୍ଚିଛନ୍ତି । ଏହି ସମୟରେ ହୋଲି ପର୍ବ ମନାଇ ଆମ ବୀର ଯବାନମାନେ ଖୁବ୍ ଅବିର ଖେଳିଛନ୍ତି ଓ ପରସ୍ପରକୁ ମିଠା ଖୁଆଇଛନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିୟାଚିନ ଯିବେ ବୋଲି ଖବର ଥିଲା । କିନ୍ତୁ ପାଣିପାଗ ବଦଳିବା ଯୋଗୁଁ ସିୟାଚିନ ଯାତ୍ରା ବଦଳାଇବାକୁ ପଡିଥିଲା । ଖରାପ ପାଣିପାଗ ଯୋଗୁଁ ୨୦ ହଜାର ଫୁଟ ଉପରେ ପହଞ୍ଚିବା ସମ୍ଭବ ହୋଇପାରିଲା ନାହିଁ । ତେଣୁ ପ୍ରତିରକ୍ଷା ମନ୍ତ୍ରୀ ଲେହରେ ଯବାନଙ୍କ ସହିତ ହୋଲି ପାଳିବାକୁ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.