ଦୁଷ୍ମନ୍ତଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର କରାଯାଇଛି, କୁଜଙ୍ଗ ବିଧାୟକ ସମ୍ବିତ ରାଉତରାୟଙ୍କ ବିସ୍ଫୋରକ ମନ୍ତବ୍ୟ

କେନ୍ୟୁଜ୍(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିସ୍ଫୋରକ ମନ୍ତବ୍ୟ । ସେ କହିଛନ୍ତି, ମୃତ୍ୟୁ ପଛରେ ଷଡଯନ୍ତ୍ର କରାଯାଇଛି । ଏହା ପଛରେ ଯାହାର ହାତ ଅଛି ସେ ଧରାପଡ଼ିବ । କିଏ ଭୁବନେଶ୍ୱର ଆଣିଥିଲେ ତାଙ୍କୁ ଖୋଜୁଛି ପୋଲିସ । ଦୁଷ୍ମନ୍ତଙ୍କ ପରିବାକୁ ପୋଷ୍ୟ ପରିବାର ଭାବେ ବିଧାୟକ ସମ୍ବିତ ରାଉତରାୟ ଗ୍ରହଣ କରିଛନ୍ତି । ସବୁ ଦାୟିତ୍ୱ ନେବେ ବିଧାୟକ । ଝିଅର ପାଠପଢ଼ାଠାରୁ ବାହାଘର ଯାଏ ସବୁ ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି । ଗତ ବୁଧବାର ଦିନ ଚିକିତ୍ସାରେ ଅବହେଳା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ ।

ବିଷ ପିଇବା ସହ ହାତ କାଟି ଦେଇଥିଲେ ଦୁଷ୍ମନ୍ତ । ପରେ ଏସସିବିରେ ତାଙ୍କର ଦେହାନ୍ତ ହୋଇଥିଲା । ପୂର୍ବରୁ ତାଙ୍କର ଚିକିତ୍ସାରେ ଏସସିବି ଡାକ୍ତରୀ ଟିମ୍‌ ତାଙ୍କୁ ଚିକିତ୍ସାରେ କୌଣସି ଅବହେଳା ହୋଇ ନଥିବା କହିଥିବା ବେଳେ ତାଙ୍କର ଏମିତି କ୍ଷତ ହୋଇଥିଲା ଯେ ତାହା ସ୍ୱାଭାବିକ ହୋଇଯିବ ସମ୍ଭାବନା ନଥିବା ରିପୋର୍ଟରେ ଉଲ୍ଲେଖ ରହିଛ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.