ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମମତା, ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ଦିଦିଙ୍କୁ ଜିତିବାକୁ ହେବ

କେନ୍ୟୁଜ୍(ବ୍ୟୁରୋ): ଭବାନୀପୁର ବିଧାନସଭା ଉପନିର୍ବାଚନ ପାଇଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପ୍ରାର୍ଥିପତ୍ର ଦାଖଲ। ନଭେମ୍ବର ୩ ତାରିଖରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣର ୬ ମାସ ପୂରିବ। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ଦିଦିଙ୍କୁ ଭବାନୀପୁର ଉପନିର୍ବାଚନ ଜିତିବାକୁ ହେବ। ଗତ ବିଧାନସଭା ନିର୍ବାଚନରେ ଟିଏମସି ୨୧୩ଟି ଆସନରେ ବିଜୟ ଲାଭ କରି ସରକାର ଗଠନ କରିଥିଲା। କିନ୍ତୁ ପୂର୍ବ ମେଦିନୀପୁରର ନନ୍ଦିଗ୍ରାମ ଆସନରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରି ଯାଇଥିଲେ ମମତା ବାନାର୍ଜୀ । ୧୯୫୬ ଖଣ୍ଡ ଭୋଟରେ ହାରିଥିଲେ ଦିଦି। ଟିଏମସି ଏହି ଆସନକୁ ବିଜୟ ଲାଭ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ଭବାନୀପୁର ଆସନରେ ଟିଏମସି ପ୍ରାର୍ଥୀ ଶୋଭନଦେବ ଚାଟାର୍ଜୀ ୨୮ହଜାରରୁ ଅଧିକ ଭୋଟରେ ଜିତିଥିଲେ ମଧ୍ୟ ମମତାଙ୍କ ପାଇଁ ସେ ଆସନକୁ ଛାଡ଼ି ଦେଇଛନ୍ତି। ସେପ୍ଟେମ୍ବର ୩୦ ତାରିଖରେ ହେବ ଭୋଟ ଗ୍ରହଣ। ଆସନ୍ତା ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ।

ସେପଟେ ଦିଦିଙ୍କ ବିରୋଧରେ ଲଢିବେ ପ୍ରିୟଙ୍କା। ମମତାଙ୍କ ବିରୋଧରେ ବିଜେପି ପ୍ରିୟଙ୍କା ଟିବ୍ରିବାଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦକ୍ଷିଣ ପ୍ରିୟଙ୍କା ପେଶାରେ ଜଣେ ଆଇନଜୀବୀ। ଏହା ସହ ସେ ବିଜେପି ୟୁଥ ୱିଙ୍ଗର ଉପସଭାପତି ମଧ୍ୟ ଅଛନ୍ତି। ଟିଏମସି ବିରୋଧରେ ଅନେକ ମାମଲାରେ ସେ ମକଦ୍ଦମା ଲଢିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବ୍ୟାପକ ହିଂସା ମାମଲାରେ ସେ ହାଇକୋର୍ଟରେ ଲଢିବା ପରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହୋଇଛି। ୨୦୧୪ ମସିହାରେ ବିଜେପିରେ ଯୋଗଦେଇଥିଲେ। ବାବୁଲ ସୁପ୍ରିୟୋଙ୍କ ଲିଗାଲ ଆଡଭାଇଜର ଥିଲେ ପ୍ରିୟଙ୍କା।.କୋଲକାତାର ଭବାନୀପୁର ଉପନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଦେବ ନାହିଁ କଂଗ୍ରେସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.