ବିଶ୍ୱର ସବୁଠୁ ବଡ଼ ସ୍ୟାଣ୍ଡଆର୍ଟ ପୁରୀରେ, ଦେଖନ୍ତୁ ସୁଦର୍ଶନ ପଟ୍ଟନାୟକଙ୍କ ସର୍ବବୃହତ ମାସ୍କ

ପୁରୀ (କେନ୍ୟୁଜ୍‌) : ସ୍ୱର୍ଣ୍ଣାଭ ବେଳାଭୂମିରେ ବିଶ୍ୱର ସବୁଠୁ ବଡ଼ ସ୍ୟାଣ୍ଡଆର୍ଟ । ନିର୍ମାଣ ହୋଇଛି ବିରାଟକାୟ ମାସ୍କ । ସର୍ବବୃହତ ମାସ୍କ ତିଆରି କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ଶହେ ଫୁଟ ଲମ୍ବର ମାସ୍କ ତିଆରି କରିଛନ୍ତି । ବଡ଼ଦିନ ପାଇଁ ଦୁଇଟି ସାନ୍ତା କ୍ଲସ୍ ଏହି ମାସ୍କକୁ ଧରିଛନ୍ତି । ଖ୍ରୀଷ୍ଟମାସ ପୂର୍ବରୁ କୋଭିଡ୍ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମାସ୍କକୁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ୬ହଜାର ସ୍କୋୟାର ଫୁଟ୍ ଏରିଆରେ ଏହି ବାଲୁକା କଳା ନିର୍ମାଣ ହୋଇଛି । ନୂଆ ବିଶ୍ୱ କିର୍ତ୍ତୀମାନ କରିବା ନେଇ ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.