Below header

କଳାହାଣ୍ଡି ଗୋଲାମୁଣ୍ଡା ଖଲିଆକାନିରେ ଦୁର୍ଘଟଣା , ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ

କଳାହାଣ୍ଡି(କେନ୍ୟୁଜ୍) : ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖଲିଆକାନୀ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ନାଁ ଶ୍ୟାମସୁନ୍ଦର ମେହେର । ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଧର୍ମଗଡ଼-ସିନାପାଲି ମୁଖ୍ୟ ରାସ୍ତା ଖଲିଆକାନିଠାରେ ଅବରୋଧ କରିଛନ୍ତି । ଫଳରେ ଧର୍ମଗଡ଼-ସିନାପାଲିକୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଧା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.