ସିଡନୀ ଟେଷ୍ଟର ତୃତୀୟ ଦିନ , ଆଜି ଚାରିଟି ଓ୍ଵିକେଟ ହରାଇଲା ଅଷ୍ଟ୍ରେଲିଆ

ସିଡନୀ : ସିଡନୀ ଟେଷ୍ଟର ଆଜି ତୃତୀୟ ଦିନ । ଗତକାଲିର ଅସମାପ୍ତ ବିନା ଓ୍ଵିକେଟରେ ୨୪ ରନ୍‌ରୁ ଖେଳ ଆରମ୍ଭ କରିଛି ଅଷ୍ଟ୍ରେଲିଆ । ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ବିଶେଷ କରି ସ୍ପିନ ଯାଦୁ କାମ କରିଛି ସିନଡୀରେ । ଭାରତ ପାଇଁ ପ୍ରଥମ ସଫଳତା ଆଣି ଦେଇଥିଲେ କୁଳଦୀପ ଯାଦବ । ଉସମାନ ଖଓ୍ଵଜାଙ୍କୁ ପାଭିଲନ୍‌ ରାସ୍ତା ଦେଖାଇଥିଲେ କୁଳଦୀପ । ଏହାପରେ ରବୀନ୍ଦ୍ର ଜାଡେଜା ଦୁଇଟି ଓ୍ଵିକେଟ ନେଇ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିଛନ୍ତି । ଗୋଟିଏ ଓ୍ଵିକେଟ ନେଇଛନ୍ତି ମହମ୍ମଦ ସାମି ।

sbbଅଷ୍ଟ୍ରେଲିଆ ପକ୍ଷରୁ ଓପନର ମରକସ୍‌ ହାରିସ୍‌ ସର୍ବାଧିକ ୭୯ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଏବେ ବି ଭାରତର ପ୍ରଥମ ଇନିଂସ ସ୍କୋରଠାରୁ ପାଖାପାଖି ୪ଶହରୁ ଅଧିକ ରନ୍‌ ପଛରେ ରହିଛି କଙ୍ଗାରୁ ବାହିନୀ । ପ୍ରଥମ ଇନିଂସରେ ଭାରତ ୭ ଓ୍ଵିକେଟରେ ୬୨୨ ରନ୍‌ କରି ପାଳି ଘୋଷଣା କରିଥିଲା । ଦଳ ପକ୍ଷରୁ ଚେତେଶ୍ୱର ପୂଜାରା ଓ ରୁଷଭ ପନ୍ଥ ଶତକ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ମୟଙ୍କ ଅଗ୍ରଓ୍ଵାଲ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.