ଝାରସୁଗୁଡ଼ା ସାହାସପୁରକୁ ୫ଦିନ ପାଇଁ ସଟଡାଉନ କଲେ ସରପଞ୍ଚ

ଝାରସୁଗୁଡ଼ା: ସାହାସପୁରକୁ ୫ଦିନ ପାଇଁ ସଟଡାଉନ କଲେ ସାହାସପୁର ସରପଞ୍ଚ। ଝାରସୁଗୁଡ଼ା ଜିଲ୍ଲାରେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଲଇକେରା ବ୍ଳକର ସାହାସପୁର, ପାକେଲପଡା ଓ ଆଖପାଖ ଅଞ୍ଚଳରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ପ୍ରତ୍ୟେକ ଦିନ ୧୦ରୁ ୧୨ ଜଣ ଆକ୍ରାନ୍ତ ଉଭୟ ପଞ୍ଚାୟତ ଅଞ୍ଚଳରୁ ଚିହ୍ନଟ ହେଉଥିବା ଜଣାପଡିଛି। ଏହି ସଂକ୍ରମଣ ଉପରେ ରୋକ୍‌ ଲଗାଇବାକୁ ଲଇକେରା ବ୍ଳକର ସାହାସପୁର ପଞ୍ଚାୟତକୁ ୫ଦିନ ପାଇଁ ସଟ ଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ।

ସଟଡାଉନ୍‌ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ବ୍ୟାଙ୍କ, ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ। କେବଳ ଔଷଧ ଦୋକାନ ଓ ଡାକ୍ତରଖାନା ବ୍ୟତୀତ ଅନ୍ୟ କୌଣସି ପ୍ରକାର ସୁବିଧା ମିଳିପାରିବ ନାହିଁ। ଏପରିକି ନିଜ ନିଜ ଘରୁ ମଧ୍ୟ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ୫ ଦିନ ପାଇଁ ବାହାର ଅଞ୍ଚଳର ଲୋକ ମାନେ ସାହାସପୁରକୁ ଆସିବା ଓ ସ୍ଥାନୀୟ ଲୋକମାନେ ବାହାର ଅଞ୍ଚଳକୁ ଯିବା ଆସିବା ଉପରେ ରୋକ୍‌ ଲଗାଯାଇଛି। ଯଦି ନିୟମ ଯିଏ ଖିଲାପ କରିବେ, ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସାହାସପୁର ସରପଂଚ ଜିତେନ୍ଦ୍ର ରଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.