ଖରାଦିନେ କେଶମୂଳ ଝାଳଉଛି କି! ଆଦୌ ଟେନ୍‌ସନ୍‌ ନ ନେଇ ଆପଣାନ୍ତୁ ଏସବୁ ଘରୋଇ ଉପାୟ

ଖରାଦିନରେ ଗରମ ଓ ଝାଳ ଯୋଗୁ କେବଳ ଦେହ ନୁହେଁ, ଚୁଟି ମଧ୍ୟ ଚିପ୍‌ଚିପା ଲାଗେ। ଫଳରେ ଝଡ଼ିବାକୁ ଲାଗିଥାଏ। ଏଥିସହ ଝାଳ ଯୋଗୁ ଦୁର୍ଗନ୍ଧ ବି ହୁଏ। ଏଭଳି ସ୍ଥିତିରେ ଖରାଦିନେ କେଶର ବିଶେଷ ଯତ୍ନ ନେବା ଉଚିତ୍‌। କିନ୍ତୁ ବେଳେବେଳେ ମହିଳାମାନେ ବିଭିନ୍ନ କାମ କରିବା ପରେ ବି ଏହି ସମସ୍ୟାରୁ ମୁକ୍ତି ପାଇପାରିନଥାନ୍ତି। ଫଳରେ କେଶ ସମସ୍ୟା ଗମ୍ଭୀର ହୁଏ। ତେବେ ଆଜି ଆସନ୍ତୁ ଜାଣିବା ଖରାଦିନେ ଚୁଟିର ଚିପ୍‌ଚିପାପଣକୁ ଦୂର କରିବାର କେତେକ ଘରୋଇ ଉପାୟ…

ଲେମ୍ବୁ:

ସାମ୍ପୁ କରିବା ପରେ ଚୁଟିରେ ଲେମ୍ବୁ ରସ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପରେ ସାଦା ପାଣିରେ ଚୁଟି ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ଚମକଦାର ରହିବା ସହ ରୁପି ସମସ୍ୟା ବି ଦୂର ହେବ।

ଗ୍ରୀନ୍‌ ଟି ମାସ୍କ:

୧ କପ୍‌ ଗ୍ରୀନ୍‌ ଟିରେ କିଛି ବୁନ୍ଦା ପିପରମେଣ୍ଟ ଏସେନ୍ସସିଆଲ ଅଏଲ, ସିରକା, ଦହି, ଏକ ଚାମଚ ମହୁ ଓ ଲେମ୍ବୁ ରସ ମିଶାଇ ଏକ ଡବାରେ ରଖନ୍ତୁ। ଏହି ପ୍ୟାକ୍‌ ଲଗାଇବା ପୂର୍ବରୁ କେଶକୁ ଷ୍ଟିମ୍‌ ଦିଅନ୍ତୁ। ଫଳରେ ଲୋମକୂପ ଖୋଲିଯିବ। ଚୁଟି ସଫା କରିବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ଭଲ ଭାବେ ଲଗାନ୍ତୁ। ଏହି ପ୍ୟାକ୍‌ ବ୍ୟବହାର କଲେ କେଶର ଚିପ୍‌ଚିପାପଣ ଦୂର ହେବ।

ବେସନ ଓ ଦହି:

ବେସନ ଓ ଦହିକୁ ମିଶାଇ ଏକ ପ୍ୟାକ୍‌ ତିଆରି କରି ମୁଣ୍ଡରେ ଲଗାନ୍ତୁ। ୧୦-୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ, ତୈଳାଂଶ ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.