ଶିମିଳିପାଳରୁ ସାତକୋଶିଆ ଯିବେ ଦୁଇ ହାତୀ

elephantମୟୁରଭଞ୍ଜ: ସାତକୋଶିଆକୁ ଯିବେ ଶିମିଳିପାଳର ଦୁଇ ହାତୀ। ଲୋକଙ୍କ ବିରୋଧ ସତ୍ତ୍ୱେ ଦୁଇ ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ସାତକୋଶିଅ୍ରା ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଭୋର ୩ଟାରୁ ଦୁଇ ହାତୀଙ୍କୁ ଚଲାଇ ଚଲାଇ ନେବା ଆରମ୍ଭ କରିଛି ବନବିଭାଗ। ଗତ ଏକ ସପ୍ତାହ ହେବ ବନ ବିଭାଗ ପକ୍ଷରୁ ହାତୀଙ୍କୁ ଟ୍ରକ ମାଧ୍ୟମରେ ନେବାକୁ ଚେଷ୍ଟା କରାଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ବିରୋଧ କରିଥିଲେ। ଶେଷରେ ଚଲାଇ ଚଲାଇ ନେଇଛି ବନବିଭାଗ। ସାତକୋଶିଆରେ ମହାବଳ ବାଘ ଓ ତାର ବାନ୍ଧବୀ ବାଘୁଣୀକୁ ଜଗିବା ପାଇଁ ଶିମିଳିପାଳରୁ ଏହି ଦୁଇ ତାଲିମପ୍ରାପ୍ତ ହାତୀଙ୍କୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.