ଏଥର କାବୁ ହେବ କି ବାଘୁଣୀ? ସାତକୋଶିଆରେ ଆଜିଠୁ ପୁଣି ଅପରେସନ ସୁନ୍ଦରୀ

ଅନୁଗୁଳ (କେନ୍ୟୁଜ୍) : ଏଥର କାବୁ ହେବ କି ସୁନ୍ଦରୀ ? ସାତକୋଶିଆରେ ଆଜିଠୁ ପୁଣି ଆରମ୍ଭ ହେବ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଅପରେସନ । କୁମକି ହାତୀ ଯଶୋଦା ପିଠିରେ ବସି ବିଶେଷଜ୍ଞମାନେ ସୁନ୍ଦରୀ ତଲାସରେ ବାହାରିବେ । ଏଥିପାଇଁ ଚନ୍ଦକାରୁ ତାଲିମପ୍ରାପ୍ତ ହାତୀ ଯଶୋଦା ସହ ୪ ଜଣ ମାହୁନ୍ତ ଓ ବନ କର୍ମଚାରୀ ସାତକୋଶିଆ ଆସିଛନ୍ତି । ପୂର୍ବରୁ ସୁନ୍ଦରୀକୁ ଧରିବା ପାଇଁ ରାଜ୍ୟ ସମେତ ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ୍ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବିଶେଷଜ୍ଞ ଟିମ୍ ଫେଲ୍ ମାରିଥିଲେ । ୧୧ ଦିନ ହେଲା ନାକେଦମ୍ କଲାଣି ବାଘୁଣୀ । ଧରା ଦେଉନି । ଶେଷରେ କୁମକୀ ହାତୀର ସହାୟତା ନିଆଯାଇଛି । ବାଘୁଣୀ ଏବେ ସାତକୋଶିଆ ପୁରୁଣାକୋର୍ଟ ରେଞ୍ଜର ମଝିପଡ଼ା ଜଙ୍ଗଲରେ ଥିବା ଜଣାପଡିଛି । ହାତୀ ପିଠିରେ ବସି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବେ ବିଶେଷଜ୍ଞ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.