ଗଞ୍ଜାମ ବାଲିଛାଇରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା

ଗଞ୍ଜାମ (କେନ୍ୟୁଜ୍) : ଭଞ୍ଜନଗରର ବାଲିଛାଇ ଅଞ୍ଚଳରେ ଜଣେ ୯ବର୍ଷର ବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାର ୪ ଦିନ ପରେ ବି ପୋଲିସର ହାତ ଫାଙ୍କା । ଏଯାଏଁ ଅଭିଯୁକ୍ତଙ୍କ ସଂପର୍କରେ ପୋଲିସକୁ କିଛି ସୁରାକ ମିଳିପାରିନାହିଁ । ଅଭିଯୁକ୍ତଙ୍କୁ ଧରିବା ପାଇଁ ୪ଟି ଥାନାର ଆଇଆଇସିଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ୨୫ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇସାରିଲାଣି । ପୀଡ଼ିତା ସୁସ୍ଥ ହେବା ପରେ ତାଙ୍କର ବୟାନ ରେକର୍ଡ କରାଯିବ । ଏଥିସହ ବୟାନ ଆଧାରରେ ଅଭିଯୁକ୍ତଙ୍କ ସ୍କେଚ ଜାରି କରାଯିବ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ କହିଛନ୍ତି ।

ବାଲିଛାଇ ଫାଣ୍ଡି ଅଞ୍ଚଳରେ ଗତ ୩୧ ତାରିଖ ରାତିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଲୁଟେରାମାନେ ଘର ଭିତରେ ପଶି ଚୋରି କରିବା ସହ ୯ ବର୍ଷର ବାଳିକାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ପୋଲସରା ମେଡିକାଲ ଓ ପରେ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୩ ଜଣ ଦୁର୍ବୃତ୍ତ ସଂପୃକ୍ତ ଥିବା ନେଇ ନାବଳିକା ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ଦୋଷୀଙ୍କୁ ଶୀଘ୍ର ଗିରଫ ପାଇଁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.