ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖା ଆଉ ୪ ଦିନ ପାଇଁ ସିଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖା ଆଉ ୪ ଦିନ ପାଇଁ ସିଲ୍‌ । ୮ରୁ ୧୧ ତାରିଖ ଯାଏଁ ୯୬ ଘଣ୍ଟା ପାଇଁ ସିଲ୍‌ କଲା ଭୁବନେଶ୍ୱର ମହାନଗର ନିଗମ। ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଆଉ ୪ ଦିନ ପାଇଁ ସିଲ୍‌ କରାଯାଇଛି।

ଗତ ୪ ତାରିଖରେ ୭ଜଣ ସଂକ୍ରମିତ ଚିହ୍ନଟ ପରେ ୨ ଦିନ ପାଇଁ ସିଲ୍‌ କରାଯାଇଥିଲା । ଏହି ସମୟ ଭିତରେ ବିଏମ୍‌ସି ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ବ୍ୟାଙ୍କ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଜରୁରୀ ପରିସ୍ଥିତିରେ ବ୍ୟାଙ୍କ ଅଧିକାରୀ ବିଏମ୍‌ସି କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.