Airtel, vi ଓ jio ଗ୍ରାହକଙ୍କ ପାଇଁ ଆସିଲା ଦମଦାର ପ୍ରି-ପେଡ ପ୍ଲାନ୍ସ,, ପ୍ରତିଦିନ ମିଳିବ ୩ଜିବି ଡାଟା

ଆଜିକାଲି ମୋବାଇଲର ଯୁଗ। ମୋବାଇଲ ପାଖରେ ନଥିଲେ ମନ କାମରେ ଲାଗେନି। ଲୋକମାନଙ୍କ ଅତ୍ୟାଧୁନିକ ମୋବାଇଲ ବ୍ୟବହାରକୁ ଦେଖି Airtel, vi ଓ jio ଭଳି କମ୍ପାନୀ ଏବେ ଅନେକ ଅଫର ବଜାରକୁ ଆଣିଛି। ଏଥିପାଇଁ ମୋବାଇଲ ଫୋନରେ ଏଣ୍ଟରଟେନମେଣ୍ଟ ପାଇଁ ମଧ୍ୟ ଅନେକ ଅଫର ମିଳୁଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏବଂ ମୋବାଇଲରେ ଫିଲ୍ମ ଦେଖିବା ଲୋକଙ୍କର ଇଣ୍ଟରନେଟର ଡେଲି ଡାଟା ବି କମ୍‌ ପଡୁଛି। ଏହାକୁ ଧ୍ୟାନରେ ରଖି Airtel, vi ଓ jio ନିଜ ଗ୍ରାହକମାନଙ୍କ ପାଇଁ ଅନେକ ଅଫର ଆଣିଛି। ଯେଉଁଥିରେ ଆପଣଙ୍କୁ 3GB ଡାଟା ମିଳିବ। ଚାଲନ୍ତୁ ଜାଣିବା ଏହି ସଂପର୍କରେ।

ଜିଓର ୩୪୯ଟଙ୍କାର ପ୍ରି-ପେଡ ପ୍ଲାନ:

ଜିଓର ଏହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ ଡାଟା ମିଳିବ। ଏହି ପ୍ଲାନର ଦାମ ରହିଛି ୩୪୯ଟଙ୍କା। ଏହି ପ୍ଲାନରେ ୧୦୦୦ କଲିଙ୍ଗ ମିନିଟସ୍‌ ଅନ୍ୟ ନେଟଓ୍ଵାର୍କସ ପାଇଁ ରହିଥିବା ବେଳେ ଜିଓ ନେଟଓ୍ଵାର୍କସ ପାଇଁ ଅନ୍‌ ଲିମିଟେଡ କଲ ସହ ପ୍ରତିଦିନ ୩ଜିବି ଡାଟା ମିଳୁଛି। ଏହାର ବୈଧତା ୨୮ ଦିନ ପାଇଁ ରହିଛି। ଏହାସହ ପ୍ରତିଦିନ ୧୦୦ ଏସଏମ୍‌ଏସ ସହ ଜିଓ ଆପ୍ସର ଫ୍ରି ସବସ୍କ୍ରିପସନ ଉପଲବ୍ଧ।

ଏୟାରଟେଲର ୩୯୮ଟଙ୍କାର ପ୍ରି-ପେଡ ପ୍ଳାନ:

ଏୟାରଟେଲ ୟୁଜର୍ସଙ୍କ ଇଣ୍ଟରନେଟ ବ୍ୟବହାରକୁ ଦୃଷ୍ଟିରେ ରଖି କମ୍ପାନୀ ତରଫରୁ ଏକ ଅଫର ବଜାରକୁ ଆସିଛି। ୩୯୮ ଟଙ୍କା ପ୍ଲାନରେ ଏୟାରଟେଲରେ ପ୍ରତିଦିନ ୩ ଜିବି ହାଇ-ସ୍ପିଡ ଡାଟା ଅଫର ରହିଛି। ଏଥିରେ ସବୁ ନେଟଓ୍ଵାର୍କସ ପାଇଁ ଅନଲିମିଟେଡ କଲ ସୁବିଧା ସହ ଏହାର ଭାଲିଡିଟି ୨୮ ଦିନ ପାଇଁ ରହିଛି। ଏହାସହ ପ୍ରତିଦିନ ୧୦୦ ଫ୍ରି ଏସଏମଏସ ମଧ୍ୟ ମିଳିବ।

ଭିଆଇର ୨୪୯ଟଙ୍କାର ପ୍ରି-ପେଡ ପ୍ଲାନ:

ଭୋଡାଫୋନ ଆଇଡିଆର ୨୪୯ଟଙ୍କାର ପ୍ଲାନ ଗ୍ରାହକଙ୍କ ପାଇଁ ଆସିଛି। ଏଥିରେ କମ୍ପାନୀ ଡବଲ ଡାଟା ବେନିଫିଟ ସହ ପ୍ରତିଦିନ ୩ଜିବି ଡାଟା ଅଫର କରିଛି। ଏହାସବୁ ନେଟଓ୍ଵାର୍କସ ପାଇଁ ଅନଲିମିଟେଡ କଲ ଅଫର ରଖିଛି। ଏହାସହ ପ୍ରତିଦିନ ୧୦୦ ଫ୍ରି ଏସଏମଏସ ମଧ୍ୟ ୟୁଜର୍ସଙ୍କୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.