ଆଜି ସଂଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାରରୁ ରାଜ୍ୟରେ ବନ୍ଦ ହେବ ଟିକାକରଣ: ନବ ଦାସ

ଭୁବନେଶ୍ବର: ଆଜି ସଂଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାରରୁ ରାଜ୍ୟରେ ବନ୍ଦ ହେବ ଟିକାକରଣ । ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆଜି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ । ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିବେ ବୋଲି ଆଶା କରାଯାଉଛି । ରାଜ୍ୟକୁ ୨୫ ଲକ୍ଷ ଟିକା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି ।

ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏନେଇ ମଧ୍ୟ ଚିଠି ଲେଖିଥିଲେ । ରାଜ୍ୟରେ ଦୈନିକ ଟିକାକରଣ ପାଇଁ ଅଢ଼େଇ ଲକ୍ଷ ଟିକା ଡୋଜ୍‌ ଦରକାର । ଓଡ଼ିଶାରେ ମାତ୍ର -୦.୫ ପ୍ରତିଶତ ଟିକା ନଷ୍ଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଟିକା ଅଭାବରୁ ରାଜ୍ୟରେ ପାଖାପାଖି ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଛି । ଗତକାଲି ୧ଲକ୍ଷ ୧୦ହଜାର ୮୮୯ ଜଣଙ୍କୁ ଟିକା ଦିଆଯାଇଛି । ଆଉ ୪ଲକ୍ଷ ୩୫ହଜାର ୩୨୦ ଡୋଜ୍‌ କୋଭିସିଲ୍‌ଡ ଓ ୧ଲକ୍ଷ ୧୪ହଜାର ୪୯୦ଡୋଜ୍‌ କୋଭାକ୍‌ସିନ୍‌ ଟିକା ମହଜୁଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.