ମିତାଙ୍କୁ ନୂଆ ଜୀବନ ଦେବା ପାଇଁ ଲାଗିଛନ୍ତି ଏସିସିବି ଡାକ୍ତର ଓ କିଟ୍‌ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ

କଟକ (କେନ୍ୟୁଜ) : ଏ ହେଉଛନ୍ତି ୨୬ ବର୍ଷିୟା ମିତା ମୁଣ୍ଡା। ଗାଁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ସ୍ଥିତ ନାମୀ ଆଦିବାସୀ ଗାଁର ଶିବ ମୁଣ୍ଡାଙ୍କ ଝିଅ ହେଉଛନ୍ତି ମିତା। ମାତ୍ର ୪ ବର୍ଷ ବୟସରୁ ସେ ମାରାତ୍ମକ କଡ଼ିଓଲୋଜି ରୁମାଟିଯିମ ଭଳି ହୃଦ ରୋଗରେ ପୀଡିତ ହୋଇଗଲେ। କିନ୍ତୁ ଗରିବ ଓ ଅସହାୟ କାରଣରୁ ନିଜ ରୋଗକୁ ଭଲ କରିପାରିଲେନି ମିତା। ଆଉ ଏଭଳି ମରଣାନ୍ତକ ରୋଗରେ ପୀଡିତ ହୋଇଥିବାରୁୁ ସ୍ୱାମୀ ନରହରି ମୁଣ୍ଡା ତାଙ୍କୁ ମାଡ଼ ମାରି ଶାଶୁ ଘରୁ ବାହାର କରିଦେଲେ। ସ୍ୱାମୀ ପରିତ୍ୟକ୍ତା ମିତା ଜୀବନ ଜିଇଁବା ପାଇଁ ନିଜ ସମ୍ପର୍କୀୟଙ୍କ ସହିତ ନିଜର ୬ ମାସର ଝିଅକୁ ଧରି କଟକ ସିଡ଼ିଏ ସ୍ଥିତ ଆଦିବାସୀ ବସ୍ତିକୁ ମୂଲ ଲାଗିବାକୁ ଆସିଥିଲେ। ଏବେ ତାଙ୍କ ଝିଅର ବୟସ ୫ ବର୍ଷ। ମୂଲ ଲାଗି ଅସୁସ୍ଥ ହୋଇ କଟକ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ହୃଦ ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ମିତା।

୨୦୧୪ ରୁ ଜୀବନ ବଞ୍ଚିବାକୁ ବଡ଼ ମେଡ଼ିକାଲରେ ସଙ୍ଘର୍ଷ କରୁଥିବା ମିତା ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗର ହାତ ବଡାଇଥିଲେ ବରିଷ୍ଠ ହୃଦ ରୋଗ ଡାକ୍ତର ନିହାର ରଞ୍ଜନ ପରିଡା। ନିଜର ପରିବାରକ ବନ୍ଧୁ ଡକ୍ଟର ମୀରା ଘୋଷ ଓ ସୁନିତା ପତିଙ୍କ ସହାୟତାରେ ମିତାକୁ ଚିକିତ୍ସା କରାଇବା ସହିତ ଥଇଥାନ ମଧ୍ୟ କରାଇଥିଲେ କରାଇଥିଲେ ହୃଦ ରୋଗ ଡାକ୍ତର ନିହାର ରଞ୍ଜନ। କିଛି ମାସ ଅନ୍ତରାଳରେ ମିତାଙ୍କୁ ବାରମ୍ବାର ଦୃଦ ରୋଗ ବିଭାଗରେ ଚିକିତ୍ସା କରାଯାଉଛି। ହେଲେ ରୋଗ ମିତାଙ୍କ ପିଛା ଛାଡି ନଥିଲା। ଆଉ ଶେଷରେ ଜଣା ପଡିଥିଲା ମିତାଙ୍କ ଜୀବନ ବଞ୍ଚାଇବା ପାଇଁ ଓପନ ହାଟ ସର୍ଜରି ନିହାତି ଜରୁରୀ। ଗତ କିଛି ଦିନ ହେବ ଆଇସିୟୁରେ ରହି ମିତା ଚିକିତ୍ସା ହେଉଛନ୍ତି।ହୃଦ ରୋଗ ବିଭାଗର ପ୍ରତ୍ୟେକ ଡାକ୍ତର, ନର୍ସ ଓ ସମସ୍ତ ଚିକିତ୍ସାକାରୀ ରାତିଦିନ ଏକ କରି ମିତାଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

ମିତାଙ୍କ ଓପନ ହାଟ ସର୍ଜରି କରାନଗଲେ ଜୀବନ ରକ୍ଷା ସମ୍ବବ ନୁହେଁ। ତେଣୁ ଅଭିଜ୍ଞ ଓପନ ହାର୍ଟ ସର୍ଜରୀଙ୍କୁ ନେଇ ମିତାଙ୍କ ଚିକିତ୍ସା କରାଯିବ। ମିତାଙ୍କ ଜାତି ଗତ ପ୍ରମାଣ ପତ୍ର ମଧ୍ୟ ପ୍ରସ୍ତୁତ ହୋଇଛି। ମିତାଙ୍କ ଭୋଟର ଓ ଆଧାର ପରିଚୟ ପତ୍ର ନଥିବାରୁ ଅସ୍ତ୍ରୋପଚାର ଓ ଚିକିତ୍ସାରେ ବିଳମ୍ବ ହେଉଥିଲା। ଅନେକ ଚେଷ୍ଟା କରିବା ପରେ ବି ଅନlଥ ଓ ଭୂମିହୀନ ମିତା ନିଜ ପାଇଁ ଖଣ୍ଡେ ଆଧାର କରିପାରିଲେନି କିମ୍ବା ନିଜ କୁନି ଝିଅ ପାଇଁ ବାର୍ଥ ସାର୍ଟିଫିକେଟ ବନାଇପାରିଲେନି। କେନ୍ଦ୍ର ସରକାରଙ୍କର ଆୟୁସ୍ମାନ ଭାରତ ଯୋଜନା ଓ ରାଜ୍ଯ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ ଯୋଜନା ସେବାରୁ ବଞ୍ଚିତ ମିତାଙ୍କ ପାଇଁ ଏକମାତ୍ର ସାହାରା ସାଜିଛି କଟକ ବଡ଼ ଡାକ୍ତର ଖାନାର ହୃଦ ରୋଗ ବିଭାଗ।

ମରଣ ମୁହଁ ରୁ ଅନାଥ ମିତାଙ୍କୁ ବଞ୍ଚାଇବାକୁ ହୃଦରେଗ ବିଭାଗର ଡାକ୍ତର ମାନଙ୍କର ଆପ୍ରାଣ ଉଦ୍ୟମକୁ ଦେଖିଲେ ମନେ ହେଉଛି ପ୍ରକୃତ ରେ ଯାହା କୁହାଯାଇଛି ତାହା ସତ, ଡାକ୍ତର ହିଁ ଭଗବାନଙ୍କ ଜୀବନ୍ତ ରୂପ। ଏପଟେ ଓଡିଶା ମୋ ପରିବାର ପକ୍ଷରୁ ମିତାଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତର ବ୍ୟବସ୍ତା କରାଯାଇଛି ବୋଲି କହିଛନ୍ତି ଓଡିଶା ମୋ ପରିବାର ଜୀବନ ବିନ୍ଦୁ କୋଡ଼ି ନେଟର।

ନିରାଶ୍ରୟ ଓ ଅସହାୟ ମିତାଙ୍କୁ କଟକ ସିଡିଏ ତଳ ବସ୍ତିରୁ ନେଇ ବଡ଼ ଡାକ୍ତର ଖାନାରେ ରଖି ଦୀର୍ଘ ଦିନ ଧରି ଚିକିତ୍ସା ଯୋଗାଇବା କମ ବଡ଼ କଥା ନୁହଁ। ଏପଟେ ମିତାଙ୍କ ଏଭଳି ଯନ୍ତ୍ରଣାଦାୟକ ଖବର ପହଁଚିଲା କିଟ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଆଉ ମିତାଙ୍କ ଦୁଃଖଭରା କାହାଣୀ ଜାଣିବା ପରେ ସେ ସହାୟତାର ହାତ ବଢ଼ାଇଛନ୍ତି। ମିତାଙ୍କ ୫ ବର୍ଷର ଝିଅକୁ କିସରେ ମାଗଣା ପାଠ ପଢାଇବା ସହ ରହିବାର ବ୍ଯବସ୍ଥା ପାଇଁ ଡକ୍ଟର ସାମନ୍ତ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଶୁକ୍ରବାର ଅର୍ଥାତ୍‌ ଆଜି ହିଁ ମିତାଙ୍କର ହେବ ଅସ୍ତ୍ରୋପଚାର। ଡାକ୍ତର ଆଶା କରିଛନ୍ତି ଅସ୍ତ୍ରୋପଚାର ପରେ ମିତା ଜଲଦି ଠିକ ହୋଇଯିବେ ଆଉ ଏଭଳି କଷ୍ଟ ଯନ୍ତ୍ରଣାରୁୁ ମୁକ୍ତି ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.