ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ସ୍କୁଲ୍, ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ଛଡାଯାଉଛି

ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଖୋଲିଲା ସ୍କୁଲ । ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଶୋଚାଳୟ ପ୍ରସ୍ତୁତ ରଖାଯାଇଥିବାବେଳେ ପୁରା ସ୍କୁଲକୁ ବିଶୋଧନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରି ସିଟିଂ ଆରେଞ୍ଜମେଣ୍ଟ କରାଯାଇଛି। ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ଛଡାଯାଉଛି। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପାଠପଢା ଆରମ୍ଭ ହୋଇଛି ।

ଗୋଟିଏ ସେକ୍ସନରେ ପଢ଼ିବେ ୨୦-୨୫ ଛାତ୍ରଛାତ୍ରୀ । ଅଧିକ ପିଲାଙ୍କ ପାଇଁ ଅଧିକ ସେକ୍ସନ କରାଯିବ । ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ୩୦ ପ୍ରତିଶତ ସିଲାବସ୍‌ ହ୍ରାସ କରାଯାଇଛି । ଆଜିଠୁ ଏପ୍ରିଲ ୨୮ ଯାଏଁ ହେବ ପାଠପଢା। ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ସେମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ସମନ୍ଵୟ ରଖି କାମ କରିବେ ।

ଶିକ୍ଷକ ଆବଶ୍ୟକତା ଥିଲେ ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବ । ଅଭିଭାବକଙ୍କ ଲିଖିତି ଅନୁମତି ପରେ ହଷ୍ଟେଲରେ ରହି ପାରିବେ ପିଲା । ଅନଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ ଅଗ୍ରାଧିକାର ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.