Below header

ତିହିଡି ବଜାରରେ ହୁତୁ ହୁତୁ ହୋଇ ଜଳିଗଲା ୧୦ଟି ଦୋକାନ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଚାନ୍ଦବାଲି : ହୁତୁ ହୁତୁ ହୋଇ ଜଳିଗଲା ଦୋକାନ ଘର। ୧୦ଟି ଦୋକାନ ଘର ଜଳିପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ତିହିଡି ବଜାରରେ ଥିବା ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ନିଆଁର ପ୍ରକୋପ ଏତେ ଥିଲା ଯେ ଦୋକାନ ଘର ଭିତରୁ କୌଣସି ସାମଗ୍ରୀ କାଢିବା ସମ୍ଭବ ହୋଇନଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ନିଆଁ କିପରି ଲାଗିଲା ତାହା ଜଣାପଡି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.