ଜେସିବିକୁ ପଛରୁ ପିଟିଲା ସ୍କୁଲ୍ ଭ୍ୟାନ୍ : ୫ଜଣ ଛାତ୍ରଛାତ୍ରୀ ଆହତ

vanସମ୍ବଲପୁର : ଡ୍ରାଇଭରର ଅସାବଧାନତାରୁ ଜେସିବିକୁ ପଛରୁ ପିଟିଲା ସ୍କୁଲ୍ ଭ୍ୟାନ୍। ଦୁର୍ଘଟଣାରେ ୫ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ଅମ୍ବିରାନଗରରେ ଡ୍ରାଇଭରର ଅସାବଧାନତାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।

ଭ୍ୟାନରେ ମୋଟ ୯ଜଣ ଛାତ୍ରଛାତ୍ରୀ ବସିଥିଲେ। ଡ୍ରାଇଭର ଫେରାର ହୋଇଯିବା ପରେ ଜଣେ ସ୍ଥାନୀୟଲୋକ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଅଇଁଠାପାଲି ପୋଲିସ ଫେରାର ଡ୍ରାଇଭରକୁ ଧରିବାକୁ ତନାଘନା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.