ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ପାଠପଢା

କେନ୍ୟୁଜ୍(ବ୍ୟୁରୋ): ବଦଳିଲା ସକାଳୁଆ ସ୍କୁଲ ସମୟ । ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ପିଲାମାନେ ସକାଳୁ ପାଠ ପଢ଼ିବାକୁ ସ୍କୁଲ ଆସିବେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା୩୦ରୁ ୧୦ଟା ୩୦ ପାଠପଢ଼ା ହେବ । ସେହିପରି ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ିବାକୁ ଆସିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ । ଏପ୍ରିଲ ୨ରୁ ସବୁ ସ୍କୁଲ ସକାଳୁଆ ଚାଲିବ ବୋଲି ନିଷ୍ପତ୍ତି ନେଇଥିଲେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.