ମରିବା ଉପରେ ଏଠି ପ୍ରଶାସନର ପ୍ରତିବନ୍ଧକ, ୭୦ବର୍ଷ ହେବ କେହି ମରିନାହାନ୍ତି ଏହି ସ୍ଥାନରେ

ଦୁନିଆରେ କେତେ କେତେ ସୁନ୍ଦର ସୁନ୍ଦର ସ୍ଥାନ ରହିଛ ି। ପ୍ରତ୍ୟେକ ସ୍ଥାନର ପ୍ରତ୍ୟେକ ଗୁଣ ମଧ୍ୟ ରହୁଛି । ଅନେକ କିଛି ରହସ୍ୟ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ବେଳେ ବେଳେ ଏହି ସ୍ଥାନସବୁକୁ ନେଇ କିଛି କଥା ଏଭଳ ିଶୁଣିବାକୁ ମିଳେ ଯାହା ଆପଣଙ୍କ ମନ ଆପଣଙ୍କୁ ବିଶ୍ୱାସ କରିବାକୁ ଅନୁମତି ଦିଏ ନାହିଁ । ଏକ ଏଭଳି ସ୍ଥାନ ଯେଉଁଠିକି ୭୦ବର୍ଷ ହେବ କେହି ମରିନଥିବା କୁହାଯାଉଛି । ଏହା ଶୁଣି ଆପଣଙ୍କୁ ନିଶ୍ଟୟ ଅଜିବ ଲାଗୁଥିବ । କିନ୍ତୁ ଏହା ସତ ଅଟେ । ଜାଣିବା ସେହି ସ୍ଥାନର ରହସ୍ୟ କଣ ।

କୁହାଯାଏ ମୃତ୍ୟୁ ଉପରେ କାହାର ରୋକ ନାହିଁ କିନ୍ତୁ ଏଠି ପ୍ରଶାସନ ଲଗାଇଛି ମୃତ୍ୟୁ ଉପରେ ବ୍ୟାନ । ଯାହା ଶୁଣି ଆପଣ ଭାବିବେ କି କଥା । ମରିବା କଣ କାହା ହାତରେ ଥାଏ । ହଁ କିନ୍ତୁ ଏଠି ଏହି ଅଜିବ କଥା ହିଁ ସ୍ଥାନକୁ ଖାସ ବନାଇଛି । ଏହି ଅନୋଖି ସ୍ଥାନ ନରୱେରେ ଅବସ୍ଥିତ । ଏଠି ବହୁତ ହି ସୁନ୍ଦର ସୁନ୍ଦର ସ୍ଥାନ ରହିଛ ିଯାହାକୁ ଦେଖିବାରୁ ପର୍ଯ୍ୟଟକ ଛୁଟିଆସନ୍ତି । ନରୱେରେ ଏହି ସ୍ଥାନର ନାମ ଲଙ୍ଗ ଏୟରବେନ । ଏହି ସ୍ଥାନରେ କେହି ବି ମରିନାହିଁ । ଏହା ବିଷୟରେ ନିଶ୍ଚୟ ଆପଣ ଭାବୁଥିବେ କି ଏପରି କିପରି ଓ କାହିଁକି ।

ନରୱେ ମିଡନାଇଟ ସନ ନାମରେ ଜଣାଶୁଣା । ମେ ମାସରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟଅସ୍ତ ହୁଅନ୍ତି ନାହିଁ । ଏଠାରେ ୭୬ଦିନ ଯାଏଁ କ୍ରମାଗତ ଭାବେ ଦିନ ଥାଏ, ରାତି ନଥାଏ । ଏପରିକି ସୂର୍ଯ୍ୟ ୧୦ରୁ ୨୩ ଗଷ୍ଟ ପର୍ଯ୍ୟନ୍ତ ଅସ୍ତ ହୁଅନ୍ତି ନାହିଁ । ଲଙ୍ଗ ଏର୍ବେନ ପ୍ରଶାସନ ଏକ ଆଇନ ପ୍ରଣୟନ କରିଛି ଯେଉଁ କାରଣରୁ ଲୋକମାନେ ଏଠାରେ ମରିପାରିବେ ନାହିଁ । ଏଠାରେ ମଣିଷଙ୍କର ମରିବା ଉପରେ ବ୍ୟାନର ନିୟମ ।

ନରୱେର ଉତ୍ତର ପୋଲରେ ଅବସ୍ଥିତ ଲଙ୍ଗ ଇର୍ବେନରେ ବର୍ଷସାରା ପ୍ରବଳ ଥଣ୍ଡା ଅନଭବ ହୋଇଥାଏ । ଯେଉଁ କାରଣରୁ ଏଠାରେ ମୃତଦେହ କ୍ଷୟ ହୁଏ ନାହିଁ । ଯାହାଫଳରେ ପ୍ରଶାସନ ଏଠି ମଣିଷଙ୍କ ମୃତ୍ୟୁ ଉପରେ ବ୍ୟାନ ଲଗାଇଛି । ସବୁଠୁ ବଡକଥା ହେଉଛି ୭୦ବର୍ଷ ହେବ ଏହି ସହରରେ କେହି ମରିନାହାନ୍ତି ।

ଏହି ସହରରେ ଖ୍ରୀଷ୍ଟିଆନ ଧର୍ମର ଅଧିକ ଲୋକ ବାସ କରନ୍ତି । ୧୯୧୭ମସିହାରେ ଏଠାରେ ଜଣେ ବ୍ୟକ୍ତି ସ୍ୱାଇନ ଫ୍ଲୁରେ ପିଡୀତ ଥିଲେ । ଉକ୍ତ ବ୍ୟକ୍ତିଙ୍କ ମୃତଦେହକୁ ଲଙ୍ଗ ଇର୍ବେନରେ ପୋତି ଦିଆଯାଇଥିଲା । କିନ୍ତୁ ତାଙ୍କ ଶରୀରରେ ସ୍ୱାଇନ ଫ୍ଲୁର ଜୀବାଣୁ ରହିଥିଲା । ଏହାପରଠୁ ପ୍ରଶାସନ ଏଠାରେ ମୃତ୍ୟୁ ଉପରେ ବ୍ୟନ ଲଗାଇଛି ।

ଏଠାରେ ଜନସଂଖ୍ୟା ପ୍ରାୟ ୨୦୦୦ । ଯଦି ଜଣେ ବ୍ୟକ୍ତି ଏଠାରେ ଅସୁସ୍ଥ ହୁଅନ୍ତି ତେବେ ତାଙ୍କୁ ସଂଗେ ସଂଗେ ବିମାନରେ ଅନ୍ୟସ୍ଥାନକୁ ନିଆୟାଏ । ଆଉ ସେହିଠାରେ ହିଁ ସେହି ବ୍ୟକ୍ତିଙ୍କର ଶେଷ ରିତିନୀତି କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.