Below header

କାଲି ଠାରୁ ଲଗାତର ୫ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ରାଞ୍ଚକୁ ଯିବା ପୂର୍ବରୁ ପଢ଼ିନିଅନ୍ତୁ ଛୁଟି ଲିଷ୍ଟ

କାଲି ଠାରୁ ଏପ୍ରିଲ ମାସ ଆରମ୍ଭ ହେଉଛି। ଏହାସହିତ ନୂଆ ଆର୍ଥିିକ ବର୍ଷ ବି ଆରମ୍ଭ ହେଉଛି। ଏପ୍ରିଲ ମାସରେ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏପ୍ରିଲ ୨୦୨୨ ପାଇଁ ବ୍ୟାଙ୍କ ଛୁଟିର ଲିଷ୍ଟ ଜାରି କରିଦେଇଛି। ଆବିଆଇର ଏହି ଲିଷ୍ଟ ମୁତାବକ ଆସନ୍ତା ମାସ ଏପ୍ରିଲରେ ବ୍ୟାଙ୍କ ମୋଟ ୧୫ ଦିନ ପାଇଁ ବନ୍ଦ ରହିବ। ଯେଉଁଥିରେ ସାପ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି। ଏହି କ୍ରମରେ କାଲି ଠାରୁ ଲଗାତର ୫ ଦିନ ଅର୍ଥାତ୍‌ ୧ ଏପ୍ରିଲ ଠାରୁ ୫ ଏପ୍ରିଲ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ଛୁଟି ସବୁ ଜାଗା ପାଇଁ ନୁହେଁ।

ଜାଣନ୍ତୁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ

୧ ଏପ୍ରିଲ – ବ୍ୟାଙ୍କ ଖାତାର ବାର୍ଷିକ କ୍ଲୋଜିଙ୍ଗ (ପ୍ରାୟ ସବୁ ରାଜ୍ୟରେ ବନ୍ଦ)
୨ ଏପ୍ରିଲ – ଗୁଡି ପୁଡଓ୍ଵା/ଉଗାଡି ଫେଷ୍ଟିଭାଲ/ନବରାତ୍ରୀର ପ୍ରଥମ ଦିନ/ତେଲୁଗୁ ନବବର୍ଷ (ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଜମ୍ମୁ, ମୁମ୍ବାଇ, ନାଗପୁର, ପଣଜି ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ)
୩ ଏପ୍ରିଲ – ରବିବାର (ସାପ୍ତାହିକ ଛୁଟି)
୪ ଏପ୍ରିଲ – ସରିହୁଲ (ରାଞ୍ଚିରେ ବ୍ୟାଙ୍କ ବନ୍ଦ)
୫ ଏପ୍ରିଲ – ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ (ହାଇଦ୍ରାବଦରେ ବ୍ୟାଙ୍କ ବନ୍ଦ)

ଦେଖନ୍ତୁ ଏପ୍ରିଲ ମାସର ଛୁଟି ଲିଷ୍ଟ

୯ ଏପ୍ରିଲ – ଶନିବାର (ମାସର ସେକେଣ୍ଡ ଶନିବାର)
୧୦ ଏପ୍ରିଲ – ରବିବାର (ସାପ୍ତାହିକ ଛୁଟି)
୧୪ ଏପ୍ରିଲ – ଡ. ବାବାସାହେବ ଆମ୍ବେଦର ଜୟନ୍ତୀ/ମହାବୀର ଜୟନ୍ତୀ/ବୈଶାଖୀ, ତାମିଲ ନବବର୍ଷ/ ଚୌରୋବା/ ବିଜୁ ଫେଷ୍ଟିଭାଲ/ବୋହାର ବିହୁ-ଶିଲଙ୍ଗ ଏବଂ ସିମଲାକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ
୧୫ ଏପ୍ରିଲ – ଗୁଡ ଫ୍ରାଇଡେ/ବଙ୍ଗାଳୀ ନବବର୍ଷ/ହିମାଚଳ ଦିବସ/ବିଶୁ/ବୋହାଗ ବିହୁ-ଜୟପୁର, ଜମ୍ମୁ ଏବଂ ଶ୍ରନଗରକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ
୧୬ ଏପ୍ରିଲ – ବୋହାଗ ବିହୁ-ଗୋହ୍ଵାଟୀରେ ବ୍ୟାଙ୍କ ବନ୍ଦ
୧୭ ଏପ୍ରିଲ – ରବିବାର (ସାପ୍ତାହିକ ଛୁଟି)
୨୧ ଏପ୍ରିଲ – ଗାଡିୟା ପୂଜା (ଅଗରତାଲାରେ ବ୍ୟାଙ୍କ ବନ୍ଦ)
୨୩ ଏପ୍ରିଲ – ଶନିବାର(ମାସର ଚତୁର୍ଥ ଶନିବା)
୨୪ ଏପ୍ରିଲ – ରବିବାର (ସାପ୍ତାହିକ ଅବକାଶ)
୨୯ ଏପ୍ରିଲ – ଶବ-ଇ-କେନ୍ଦ୍ର/ଜୁମାନ-ଉଲ-ବିଦା – ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.