Below header

ସକାଳୁ ସକାଳୁ ଦୁର୍ଘଟଣା : ବୋଲେରୋ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଶ୍ରୀଗୁଣୀ ଗାଁ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି I ଦୁର୍ଘଟଣା ଘଟାଇ ଥିବା ବୋଲେରୋଟି ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ବୋଲି ଜଣାପଡିଛି।

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଶ୍ରୀଗୁଣୀ ଗାଁ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଥିବା ବୋଲେରୋଟି ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ବୋଲି ଜଣାପଡିଛି। ମୃତ ସ୍କୁଟି ଆରୋହୀ ଜଣକ ଫିରିଙ୍ଗିଆ ବ୍ଲକ ପଲାବୃଡି ପଞ୍ଚାୟତର ଶ୍ରୀଗୁଣୀ ଗାଁର ମନୋଜ ପଣ୍ଡା । ତେବେ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ସ୍କୁଟି ଆରୋହୀଙ୍କୁ ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଡ୍ରାଇଭର ଜଣକ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ପରେ ଡାକ୍ତର ତାଙ୍କୁ ସେଠାରେମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.