ଚାର୍ଜ ସମୟରେ ସ୍କୁଟି ବ୍ୟାଟେରୀ ଫାଟି ଜଳିଗଲା ଘର

ଘଟଗାଁ(କେନ୍ୟୁଜ): ଚାର୍ଜ ସମୟରେ ସ୍କୁଟି ବ୍ୟାଟେରୀ ଫାଟି ଜଳି ଗଲା ଘର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାପୁଟି ଗ୍ରାମରେ । ଗ୍ରାମର ରାଜା ପୃଷ୍ଟି ନିଜର ବ୍ୟାଟେରୀ ଚାଳିତ ସ୍କୁଟିଟିକୁ ଘରେ ଚାର୍ଜରେ ଲଗାଇ ବାହାରକୁ ଯାଇଥିବା ଥିବା ସମୟରେ ସଟ୍ ସାର୍କିଟ ଘଟି ହଠାତ୍ ବ୍ୟାଟେରୀଟି ଯାଇ ଖୁବ୍ ଯୋରରେ ଶବ୍ଦ ହୋଇଥିଲା ।

ଶବ୍ଦ ଶୁଣି ଘର ଲୋକେ ଦେଖିବା ପରେ ସ୍କୁଟି ରୁ ନିଆଁ ଲାଗି ଘର ସାରା ବ୍ୟାପି ଯାଇଥିଲା । ଘର ଲୋକେ ନିଆଁ କୁ ଆୟତ କରିବାରେ ବିଫଳ ହୋଇ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁ କୁ ଆୟତ କରିଥିଲେ ମଧ୍ୟ ଅଗ୍ନିକାଣ୍ଡ ରେ ଘରେ ଥିବା ବହୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.