ଡ୍ୟୁଟି ସମୟରେ କନେଷ୍ଟେବଳଙ୍କ ଉପରକୁ ଗୁଳି ଫୁଟାଇଲେ ଆତଙ୍କବାଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଜାମ୍ମୁ କାଶ୍ମୀରର ଶ୍ରୀନଗର ସହରରେ ଆତଙ୍କବାଦୀମାନେ ଜଣେ ପୋଲିସ କନେଷ୍ଟେବଳଙ୍କୁ ଗୁଳି ଫୁଟାଇ ଆଘାତ କରିଥିବା ଜଣାଯାଇଛି । ଆଘାତ ପ୍ରାପ୍ତ କନେଷ୍ଟେବଳ ଜଣଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ ଟା ୪୦ ମିନିଟ ସମୟରେ ଆତଙ୍କବାଦୀ ମାନେ ଜାମ୍ମୁ କାଶ୍ମୀର ପୋଲିସ କନେଷ୍ଟେବଳ ଘୁଲାମ ହସନଙ୍କୁ ସହରର ସଫକଦାଲ ଅଂଚଳରେ ଗୁଳି କରିଥିବା ସମ୍ପୃକ୍ତ ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି । ଘଟଣା ପରେ ସମ୍ପୃକ୍ତ ଅଂଚଳକୁ ନଜର ବନ୍ଦୀ କରି ରଖାଯାଇଛି । ଏହା ସହ ଅଧିକ ଲୋକ ଏକାଠି ହେବା ନେଇ ବାରଣ କରାଯାଇଥିବା ବେଳେ ଆତଙ୍କବାଦୀ ମାନଙ୍କୁ କିପରି ଶୀଘ୍ରରୁ ଶୀଘ୍ର ଧରାଯିବ ସେନେଇ ଚେଷ୍ଟା ଜାରି ରହିଥିବା ନେଇ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.