Below header

ବରମୁଡା ଟ୍ରାଏଙ୍ଗଲ ଠାରୁ ବି ଭୟଙ୍କର ଏହି ସ୍ଥାନ, ଏଠାରେ ଯାଉଥିବା ବିମାନ କେବେବି ଆଜି ଯାଏଁ ଫେରିନି

ଦୁନିଆରେ ଅନେକ ଖତରନାକ ଏବଂ ରହସ୍ୟମୟ ସ୍ଥାନ ରହିଛି, କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ରାଜରୁ ବୈଜ୍ଞାନିକମାନେ ମଧ୍ୟ ପର୍ଦ୍ଦର୍ା ଉଠାଇନାହାଁନ୍ତି। ଯଦି ପୃଥିବୀରେ ସବୁଠାରୁ ଖତରନାକ ଏବଂ ରହସ୍ୟମୟ ସ୍ଥାନ ବିଷୟରେ କଥା ହେବା ତାହେଲେ ସର୍ବପ୍ରଥମେ ମନକୁ ଆସେ ବରମୁଡରା ଟ୍ରାଏଙ୍ଗଲ ଏବଂ ଆମେରିକାରେ ଥିବା ଏରିୟା-୫୧ର ନାମ। କିନ୍ତୁ ଦୁନିଆରେ ଏମିତି ବି ଗୋଟିଏ ସ୍ଥାନ ଅଛି ଯାହା ବରମୁଡା ଟ୍ରାଏଙ୍ଗଲ ଏବଂ ଆମେରିକାର ଏରିୟା-୫୧ ଠାରୁ ମଧ୍ୟ ଭୟାନକ।

ଏହି ରହସ୍ୟମୟ ସ୍ଥାନ ପଶ୍ଚିମ ଆମେରିକାର ରେନୋ, ଫ୍ରିସ୍ନୋ ଏବଂ ଲସ ବେଗାସ ମଧ୍ୟରେ ରହିଛି। ଏହି ଭୟାନକ ସ୍ଥାନର ନାମ ନେଭଦା ଟ୍ରାଏଙ୍ଗଲ। କୁହାଯାଏ ଯେ ଏହି ଜାଗା ବହୁତ ଖତରନାକ, କାହିଁକିନା ଏହି ବାଟ ଦେଇ ଯାଉଥିବା ଜାହାଜ ଆଜି ପର୍ଯ୍ୟନ୍ତ ଫେରିକି ଆସିନାହିଁ। ଏକ ରିପୋର୍ଟରେ କୁହାଯାଇଛି ଯେ ଗତ ୬୦ ବର୍ଷରେ ଏହି ସ୍ଥାନରେ ଦୁଇ ହଜାରରୁ ଅଧିକ ଜାହାଜ କ୍ରାସ୍‌ ହୋଇସାରିଲାଣି। ଯେଉଁଥିରେ ଶହଶହ ପାଇଲଟଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି। ତେବେ ଆସନ୍ତୁ ଏହି ରହସ୍ୟମୟ ସ୍ଥାନ ବିଷୟରେ ଜାଣିବା।

bermudaଲୋକଙ୍କର କହିବା କଥା ଯେ ଏଠାରେ କୌଣସି ଏକ ଅଦୃଶ୍ୟ ଶକ୍ତି ରହିଛି। ଏହି ଶକ୍ତି ଏଠାରୁ ଯାଉଥିବା ବିମାନକୁ ନିଜ ଆଡକୁ ଆକର୍ଷିତ କରାଇ ଟାଣିନିଏ। ଖାଲି ଏତିକି ନୁହେଁ ଏଠାରେ ଏଲିୟନ୍ସ ଥିବା କଥା ମଧ୍ୟ କୁହନ୍ତି ଲୋକେ। କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ରହସ୍ୟରୁ ପର୍ଦ୍ଦା ଉଠିପାରିନାହିଁ।

ଅଧା ଇଂଲଣ୍ଡର ଠାରୁ ବି ନେଭଦା ଟ୍ରାଏଙ୍ଗଲର ଏରିୟା ଅଧିକ ହେବ। ଏହି ଏରିୟାରେ ଲସ୍‌ ବେଗାସ, ଏରିୟା-୫୧ ଏବଂ ୟୋସେମାଇଟ ନ୍ୟାସନାଲ ପାର୍କ ରହିଛି। ଏହି ଇଲାକାରେ ବଡ ସଂଖ୍ୟାରେ ବିମାନ ଦୁର୍ଘଟଣାଗ୍ରସ୍ଥ ହେଉଛି, ଯେଉଁ କାରଣରୁ ଏଠାରେ ଏଲିୟନ୍ସ ରହୁଥିବା ଲୋକେ କୁହନ୍ତି। ଲୋକମାନଙ୍କର କହିବା କଥା ଯେ ଏଲିୟନ୍ସଙ୍କ କାରଣରୁ ଏଠାରେ ବହୁତ ସଂଖ୍ୟାର ଜାହାଜ ଉଭାନ ହେଉଥିବା ଏବଂ ପାଇଲଟଙ୍କର ମୃତ୍ୟୁ ହେଉଥିବା ମାମଲା ସାମ୍ନାକୁ ଆସୁଛି।

triangleବୈଜ୍ଞାନିକ ମାନଙ୍କର କହିବା କଥା ଯେ ଏଠାରେ ଏୟାର ପ୍ରେସର ହେବା କାରଣରୁ ମଧ୍ୟ ଏହି ଦୁର୍ଘଟଣା ଘଟିପାରୁଥାଏ। ଏକ୍ସପର୍ଟଙ୍କ କହିବା କଥା ଯେ ଏହି ସ୍ଥାନରେ ଜାହାଜ ପାହାଡ ଉପର ଦେଇ ଯାଇଥାଏ। ଏହି ସମୟରେ ଅଚାନକ ରେଗିସ୍ତାନ ଭଳି ଏଠାରେ ଭୂମି ଠାରୁ ଏୟାର ପ୍ରେସର ଥିବା କଥା ବୁଝି ହୋଇନଥାଏ। ଯେଉଁ କାରଣରୁ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇପାରୁଥାଏ ବୋଲି ଅନୁମାନ କରାଯାଉଛି।

ନେଭଦା ଟ୍ରାଏଙ୍ଗଲରେ ବିମାନ ଦୁର୍ଘଟଣା କାହିଁକି ହେଉଛି ଏହାର ରହସ୍ୟ ଏବେ ଯାଏଁ କେହି ବି ଖୋଜି ବାହାର କରିପାରିନାହାଁନ୍ତି। କାହିଁକିନା ବୈଜ୍ଞାନିକମାନେ ଏହା ପ୍ରମାଣିତ କରିପାରିନାହାଁନ୍ତି ଯେ ଏସବୁ ଏୟାର ପ୍ରେସର କାରଣରୁ ଘଟୁଛି ବୋଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.