Below header

ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକସ୍ତରରେ ଆସନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକସ୍ତରରେ ଆସନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ପଛୁଆ ବର୍ଗଙ୍କୁ ବାଦ ଦେଇ ଓ୍ଵାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଏହି ସଂରକ୍ଷଣ ଚିଠା ତାଲକା ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ସମସ୍ତ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବି ST ବର୍ଗ ପାଇଁ ସଂରକ୍ଷିତ ରହିଛି । ବାକି ୨୩ ଜିଲ୍ଲାରେ ୧୯୫ ବ୍ଲକ ମଧ୍ୟରୁ SC ବର୍ଗ ପାଇଁ ୫୪ଟି ବ୍ଲକ ଅଧ୍ୟକ୍ଷ ପଦବି ସଂରକ୍ଷିତ ରହିଛି ।

ସେହିପରି ଏହି ୨୩ ଜିଲ୍ଲାର ୪ ହଜାର ୬୯୭ ପଞ୍ଚାୟତ ମଧ୍ୟରୁ ୧୧୬୧ଟି ପଞ୍ଚାୟତରେ ସରପଞ୍ଚ ଆସନSC ବର୍ଗ ପାଇଁ ସଂରକ୍ଷିତ ରହିଛି । ଏହି ଚିଠା ତାଲିକା ଉପରେ ଜନସାଧାରଣ ଆସନ୍ତା ୩ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ । ୫ ତାରିଖରେ ଏହାର ଶୁଣାଣି କରାଯାଇ ୭ ତାରିଖରେ ଚୂଡ଼ାନ୍ତ ତାଲିକା ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯିବ । ନିର୍ବାଚନ ଆୟୋଗ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ପରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.