ସମ୍ବଲପୁର ମହାନଗର ନିଗମର କୁଷ୍ଠାପଡ଼ା ଓ କେଉଟପଡ଼ା ଅଞ୍ଚଳରେ ୧୪୪ ଧାରା ଲାଗୁ, ବିନା ଅନୁମତିରେ ପ୍ରବେଶ ମନା

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସାକ୍ଷୀପଡ଼ାର ମୁଣ୍ଡାପଡ଼ା ଓ ବଡ ବଜାର ଅନ୍ତର୍ଗତ କୁଷ୍ଠାପଡ଼ା ଓ କେଉଟପଡ଼ା ଅଞ୍ଚଳରେ ୧୪୪ ଧାରା ଲାଗୁ। ଫଳରେ ଏହି ନିଷିଦ୍ଧାଞ୍ଚଳରେ ୧୦୦ ମିଟର ପରିସରକୁ କେହି ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ। କେବଳ ମେଡିକାଲ ଓ ଅତି ଆବଶ୍ୟକୀୟ ଜିନିଷ ପତ୍ର ଲାଗି ସେମାନେ ପଦାକୁ ଆସିପାରିବେ।

ଏହି ଅଞ୍ଚଳରେ ଲୋକଙ୍କ ଉପରେ କଡ଼ାକଡ଼ି ନଜର ରଖିବାକୁ ସଂପୃକ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଆସନ୍ତା ୨୭ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ବୋଲି ସଦର ଉପ ଜିଲ୍ଲାପାଳ କହିଛନ୍ତି। ପୂର୍ବରୁ ମଧ୍ୟ ସହରରେ ୧୭ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ପୁରା ସମ୍ବଲପୁର ଜିଲ୍ଲା ଆସନ୍ତା ୩୧ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.