Below header

ବାଙ୍କୀ ଡାକ୍ତରଖାନାରେ ମଦ୍ୟପ ସୁରକ୍ଷାକର୍ମୀଙ୍କ ଉତ୍ପାତ, ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ରୋଗୀ ଓ ସଂପର୍କୀୟଙ୍କୁ କରୁଛି ଭୟଭୀତ

ବାଙ୍କୀ: ଡାକ୍ତରଖାନାରେ ମଦ୍ୟପ ସୁରକ୍ଷାକର୍ମୀଙ୍କ ଉତ୍ପାତ। ଅଶ୍ଳୀଳ ଭାଷାରେ ଲୋକଙ୍କୁ ଗାଳିଗୁଲଜ ସହ ୱାର୍ଡରେ ପାଟିତୁଣ୍ଡ କରି ହୋହଲ୍ଲା କରିବାରୁ ରୋଗୀ ଓ ସଂପର୍କୀୟ ଭୟଭୀତ। ଏଭଳି ଦୃଶ୍ୟ ଦେଖିବାକୁପ ମିଳିଛି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ। ଗତକାଲି ସଂଧ୍ୟାରେ ଡାକ୍ତରଖାନାର ସୁରକ୍ଷାକର୍ମୀ ଗୁରୁବାରୀ ନାଏକ ପ୍ରବଳ ମଦ୍ୟପାନ କରି ଡ୍ୟୁଟିକୁ ଆସିଥିଲେ। ସେଠାରେ ସେ ଗାଳିଗୁଲଜ କରିବା ସହ ପାଟିତୁଣ୍ଡ କରିଥିଲେ। ସୁରକ୍ଷାକର୍ମୀଙ୍କ ଏଭଳିକାଣ୍ଡକୁ ନେଇ ଡାକ୍ତରଖାନାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସଂପୃକ୍ତ ସୁରକ୍ଷାକର୍ମୀକୁ ଚାକିରିରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ରୋଗୀଙ୍କ ସଂପର୍କୀୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.