Below header

ସୂର୍ଯ୍ୟଙ୍କର ଏହି ଫଟୋ ଦେଖି ଦୁନିଆ ଆଶ୍ଚର୍ଯ୍ୟ, କିଛି ଲୋକ ତ କହିଲେ ଗୁଡ-ବାଦାମ ଚିକ୍କି, ଦେଖନ୍ତୁ ଭିଡିଓ

‘ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ’ ବା ବୁଧବାର ସୂର୍ଯ୍ୟଙ୍କର ଏକ ଖାସ୍‌ ଫଟୋ ସେୟାର କରିଛନ୍ତି। ସେ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ‘ଆପଣ ସୂର୍ଯ୍ୟଙ୍କୁ ପୂର୍ବରୁ ଏମିତି କେବେବି ଦେଖିନଥିବେ! ଏନଏସଏଫର ‘ଇନୌୟ ସୋଲାର ଟେଲିସ୍କୋପ’ ପ୍ରଥମ ଥର ଅତି ପାଖରୁ ସୂର୍ଯ୍ୟଙ୍କର ଫଟୋ ଉଠାଇଛନ୍ତି। ତାଙ୍କର ଏହି ଟ୍ଵିଟ ସୋସିଆଲ ମିଡିଆରେ ଏବେ ଧମାଲ ମଚାଉଛି।

ସେୟାର କରିବାର ମାତ୍ର କିଛି ସମୟ ଭିତରେ ୩୦ ହଜାରରୁ ଅଧିକ ଲାଇକ ଏବଂ ୧୦ ହଜାରରୁ ଅଧିକ ରି-ଟ୍ଵିଟ ହୋଇସାରିଲାଣି। କିନ୍ତୁ ସବୁଠାରୁ ଖାସ୍‌ କଥା ହେଉଛି ଲୋକମାନେ ସୂର୍ଯ୍ୟଙ୍କର ଏହି ଫଟୋକୁ ଦେଖି ଗୁଡ ଏବଂ ବାଦାମ ଚିକ୍କି ବୋଲି ଭାବି ଆଶ୍ଚର୍ଯ୍ୟ ହେଉଛନ୍ତି।


ଏହି ଫଟୋକୁ ‘ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ’ ଡେନିୟଲର ଇନୌୟ ଟେଲିସ୍କୋପରୁ ନିଆଯାଇଛି। ଏଥିରେ ସୂର୍ଯ୍ୟଙ୍କର ଉପରି ଭାଗ ବା ସରଫେସ୍‌ ଦେଖିବାକୁ ମିଳିଛି। ଅତି ପାଖରୁ ଉଠାଯାଇଥିବା ସୂର୍ଯ୍ୟଙ୍କର ଏହା ପ୍ରଥମ ଫଟୋ। ବୈଜ୍ଞାନିକ ମାନେ କହିଛନ୍ତି ଯେ ସୂର୍ଯ୍ୟଙ୍କ ଠାରେ ଦେଖାଯାଉଥିବା ଏହି ଦାନା ସବୁ ଫ୍ରାନ୍ସ ଠାରୁ ବି ବଡ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟେଲିସ୍କୋପ ସୂର୍ଯ୍ୟଙ୍କର ୩୦ କିଲୋମିଟର କ୍ଷେତ୍ରକୁ ଆୟତ୍ତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.