ବରିଷ୍ଠ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ, ଦିଲ୍ଲୀ ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର(କେନ୍ଯୁଜ୍): ବରିଷ୍ଠ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ । ସେ ହୃଦଘାତର ଶିକାର ହୋଇଥିବା ଜଣାପଡିଛି । ଚିକିତ୍ସା ପାଇଁ ତାଙ୍କୁ ନୂଆ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଛି। ଗତକାଲି ସକାଳୁ ସାଂସଦ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ପାର୍ଲାମେଣ୍ଟ ହାଉସ୍‌ ସ୍ଥିତ ହସ୍ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କର ଇସିଜି କରାଯାଇଥିଲା । ଏହାପରେ ସେ କ୍ୱାଟର୍ସକୁ ଫେରି ମଧ୍ୟାହ୍ନ ଭୋଜନ କରିଥିଲେ ।

ଅପରାହ୍ନରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଦିଲ୍ଲୀ ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଖବରପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଟୁଇଟ୍‌ କରିଛନ୍ତି । ଏହାସହ ତାଙ୍କ ପୁଅଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.