ସାରା ରାଜ୍ଯରେ ଅସମ୍ଭାଳ ଶୀତ: ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି, କଲବଲ କରୁଛି କୋହଲା ପବନ

ଭୁବନେଶ୍ବର(କେନ୍ଯୁଜ୍): ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ତା ସାଙ୍ଗକୁ ଶୀତ ଲହରୀ। କୋହଲା ପବନ ମାଡରେ ଜନଜୀବନ ଅସ୍ତବ୍ୟସ୍ତ। ଆଜି ଅସମ୍ଭାଳ ଶୀତ ହେବ। ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ ୧୭ ଜିଲ୍ଲା ଶୀତରେ ଥରିବ। ଡିସେମ୍ବରରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଛି।

ପୂର୍ବରୁ ୨୦୧୯ ଡିସେମ୍ବର ୨୮ ଓ ଡିସେମ୍ବର ୨୧ରେ ଝାରସଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ପ୍ରବଳ ଶୀତରେ ଅସ୍ତବ୍ୟସ୍ତ ଝାରସଗୁଡ଼ା ବାସିନ୍ଦା। ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଶୀତରୁ ରକ୍ଷା ପାଇବା ପାଇଁ କିଛି ସ୍ଥାନରେ ଲୋକମାନେ ନିଆଁ ପୁଆଇଁ ବସି ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.