ବ୍ରହ୍ମପୁର ରେଳ ଷ୍ଟେସନରେ ବିଭିନ୍ନ ସମସ୍ୟା ନେଇ ବରିଷ୍ଠ ନାଗରିକ ମଞ୍ଚର ଧାରଣା

ବ୍ରହ୍ମପୁର(କେନ୍ୟୁଜ୍): ବିଭିନ୍ନ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବ୍ରହ୍ମପୁର ସହରର ବରିଷ୍ଠ ନାଗରିକ ମଞ୍ଚ । ଆଜି ମଞ୍ଚ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁର ଠାରୁ ପୁରୀକୁ ସିଧାସଳଖ ପାସେଞ୍ଜର ଟ୍ରେନ , ପ୍ରତ୍ୟେକ ପାସେଞ୍ଜର ଓ ଏକ୍ସେପ୍ରେସ ଗୁଡ଼ିକର ଦ୍ୱିତୀୟ ଶ୍ରେଣୀ ବଗିରେ ବରିଷ୍ଠ ନାଗରିକଙ୍କ ପାଇଁ ୭ ପ୍ରତିଶତ ସିଟ୍ ସଂରକ୍ଷଣ କରିବା, ରେଳ ଷ୍ଟେସନ ବାହାରେ ଯାତ୍ରୀ ମାନଙ୍କ ପାଇଁ ରେଷ୍ଟ ସେଡ୍ କରିବା ଭଳି ୫ଦଫା ଦାବୀ ନେଇ ଆଜି ମଞ୍ଚର କର୍ମକର୍ତ୍ତା ମାନେ ଧାରଣା ଦେଇଥିଲେ । ଏନେଇ ବାରମ୍ବାର ରେଳ ବିଭାଗ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛି ମଞ୍ଚ । ଦାବୀ ଗୁଡିକର ତୁରନ୍ତ ସମାଧାନ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ରେଳଷ୍ଟେସନର ସୁପରିଟେଣ୍ଡେଣ୍ଟ୍ କୁ ପ୍ରଦାନ କରାଯାଇଛି । ଆଗାମୀ ତିନି ମାସ ମଧ୍ୟରେ ଦାବୀ ପୂରଣ ନହେଲେ ଆମରଣ ଅନଶନରେ ବସିବ ବୋଲି ଚେତାବାନୀ ଦେଇଛି ମଞ୍ଚ। ଏଥିରେ ମଞ୍ଚର ବହୁ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.