ଚାଲିଗଲେ ବାସୁ ଭାଇ ! ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ରଙ୍କ ପରଲୋକ

ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝି ଲେଖନୀ ଚାଳନା କରିବା ଥିଲା ବାସୁଦେବ ମହାପାତ୍ର ଙ୍କ ସାମ୍ବାଦିକତାର ମୂଳମନ୍ତ୍ର ।କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ  କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ବାସୁଦେବ ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।

କେନ୍ୟୁଜ୍(ବ୍ୟୁରୋ): ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର । କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ  କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ବାସୁଦେବ ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି ।
ବାଣପୁର ଗୋଦାବରୀଶ ବିଦ୍ୟାପୀଠର ଛାତ୍ର ବାସୁଦେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ କରିଥିଲେ । ପିଲାବେଳୁ କଳା ଓ ସାହିତ୍ୟରେ ତାଙ୍କର ପ୍ରବଳ ରୁଚି ଥିଲା । ଏହା ତାଙ୍କୁ ସାମ୍ବାଦିକତା ବୃତ୍ତିକୁ ଟାଣି ଆଣିଥିଲା । ଖବରକାଗଜରେ ସାମ୍ବାଦିକତା ଆରମ୍ଭ କରିଥିଲେ । ଧରିତ୍ରୀ ଖବରକାଗଜରେ ସେ ବହୁତ ଦିନ କାର୍ଯ୍ୟ କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ତାଙ୍କର ଦକ୍ଷତା ଥିଲା । ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝି ଲେଖନୀ ଚାଳନା କରିବା ଥିଲା ତାଙ୍କ ସାମ୍ବାଦିକତାର ମୂଳମନ୍ତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.