ପିପିଲି ଉପନିର୍ବାଚନ: ୧୦ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ, ଏପ୍ରିଲ ୬ ତାରିଖରୁ ପୋଷ୍ଟାଲ ବାଲଟ ସଂଗ୍ରହ ହେବ

କେନ୍ୟୁଜ୍(ବ୍ୟୁରୋ):  ପିପିଲି ଉପନିର୍ବାଚନ ପାଇଁ ୧୦ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ। ନିର୍ବାଚନରେ ୧୫ଜଣ ପ୍ରାର୍ଥୀପତ୍ର ଦାଖଲ କରିିଥିବା ବେଳେ ୩ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ୨ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି। ପିପିଲି ଉପର୍ନିବାଚନରେ ମୋଟ ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତଦାନ କରିବେ। ୧୦୭୭ ଜଣ ଭୋଟର ପୋଷ୍ଟାଲ ବାଲଟରେ ଭୋଟ ଦେବେ। ଏପ୍ରିଲ ୬ ତାରିଖରୁ ପୋଷ୍ଟାଲ ବାଲଟ ସଂଗ୍ରହ ହେବ।

୧୭୪୦ ଜଣ ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ନିର୍ବାଚନରେ ହେବେ। ଏମାନଙ୍କୁ ପ୍ରଥମ ଡୋଜ କୋଭିଡ ଟିକା ଦିଆସରିଛି। ମୋଟ ୩୪୮ଟି ବୁଥରୁ ୧୦୨ଟି ସମ୍ବେଦନଶୀଳ ବୁଥ ରହିଛି। ୫୦ ପ୍ରତିଶତ ବୁଥର ୱେବ୍‌କାଷ୍ଟିଂ ହେବ। ୨୬ ଜଣ ମାଇକ୍ରୋ ଅବଜରଭର ଡ୍ୟୁଟିରେ ରହିବେ। ଦିବ୍ୟାଙ୍ଗଙ୍କୁ ନେବା ଆଣିବା ପାଇଁ ୧୦୨ଟି ଗାଡିର ବ୍ୟବସ୍ଥା ହୋଇଛି। ନିର୍ବାଚନ ସୁରକ୍ଷା ପାଇଁ ୩ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମଗାଯାଇଛି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.