ଛତିଶଗଡ଼ : ମାଓବାଦୀଙ୍କ ସହ ଏନ୍‌କାଉଣ୍ଟରରେ ୫ ଯବାନ ସହିଦ, ୨ ନକ୍ସଲ ନିହତ

ରାୟପୁର :  ଛତିଶଗଡ଼ ବିଜାପୁର ଜିଲ୍ଳାରେ ନକ୍ସଲଙ୍କ ସହ ମାଓବାଦୀଙ୍କ ସଂଘର୍ଷ ବେଳେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ୧୦ ଜଣ ନକ୍ସଲ ଆହତ ହୋଇଥିବା ଜଣାଯାଇଛି । ଏବେ ମଧ୍ୟ ବିଜାପୁର ଜିଲ୍ଲା ତରେମରେ ମାଓବାଦୀଙ୍କ ସହ ସଂଘର୍ଷ ଜାରି ରହିଛି ।

ପୂର୍ବରୁ ଗତ ୧ ତାରିଖରେ ରାଜନନ୍ଦ ଗାଓଁଠାରେ ଦୁଇଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିଲେ ଯବାନ। ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଜଙ୍ଗଲରେ ଦୁଇଟି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ବରକରକୋଟା ଜଙ୍ଗଲରେ କମ୍ବିଂ କରୁଥିବା ବେଳେ ଦୁଇଟି ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ ଆଇଟିବିପିର ଯବାନମାନେ ।

ହେଲେ ଆଜି ମାଓବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି ୫ ଜଣ ଯବାନ । ନକ୍ସଲଙ୍କ ସହ ସଂଘର୍ଷ ଜାରି ରହିଥିବାବେଳେ ଆଜି ନକ୍ସଲଙ୍କ ଗୁଳିରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଯବାନମାନେ ୨ ଜଣ ନକ୍ସଲଙ୍କୁ ମାରିଦେଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.