ଧରାପଡ଼ିଲା କି ସିଲଭର୍ ସିଟିରେ ଚାଞ୍ଚଲ୍ୟ ଖେଳାଇଥିବା ସାଇକୋ କିଲର?

କଟକ: ଧରାପଡ଼ିଲା କି ସାଇକୋ କିଲର ? କଟକରେ ଚାଞ୍ଚଲ୍ୟ ଖେଳାଇଥିବା ସାଇକୋ କିଲର ସନ୍ଦେହରେ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । କଟକ ରାଣୀହାଟ ନିକଟରୁ ଏକ ମାନସିକ ଭିନ୍ନକ୍ଷମକୁ ଧରିବା ସହିତ ତା ନିକଟରୁ କେତେକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ସନ୍ଦିଗ୍ଧକୁ ଧରିବା ପରେ ତାକୁ ପୋଲିସର ଜିମା ଦିଆଯାଇଥିବା ଜଣାପଡିଛି । ପୋଲିସ ଏବେ ସନ୍ଦିଗ୍ଧକୁ ପଚରା ଉଚରା କରିବା ସହ ତା’ଠାରୁ ଜବତ ହୋଇଥିବା ମାରଣାସ୍ତ୍ରକୁ ଫରେନସିକ ଲାବ୍ କୁ ଟେଷ୍ଟ ପାଇଁ ପଠାଯାଇଛି ।

ସିଲଭର୍ ସିଟିରେ ତିନି ତିନି ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଷ୍ଟୋନମ୍ୟାନକୁ ଗତ ୨୪ ତାରିଖରୁ ଖୋଜୁଛି ପୋଲିସ୍ । ଦିନ ରାତି ପାଟ୍ରୋଲିଂ କରିବା ସହ ସ୍ୱତନ୍ତ୍ର ଟିମ କରି ତଦନ୍ତ ଚଳାଇଛି । ଏତେ ଦିନର ତନାଘନା ପରେ ଜଣେ ସନ୍ଦିଗ୍ଧ ଧରାପଡ଼ିଛି । ହେଲେ  ଧରାପଡିଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣକ ପ୍ରକୃତ ସାଇକୋ କିଲର କି ନୁହେଁ ତାହା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡିନାହିଁ ।

 

Leave A Reply

Your email address will not be published.