Below header

ଆଭେଞ୍ଜର ଏବଂ ବୁଲେଟକୁ ଟକ୍କର ଦେବାକୁ ଟିଭିଏସ୍‌ ଲଞ୍ଚ କରିବ କ୍ରୁଜେର ବାଇକ

ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର। ବଜାରରେ ଆଭେଞ୍ଜର ଏବଂ ବୁଲେଟକୁ ଟକ୍କର ଦେବା ପାଇଁ ଖୁବଶୀଘ୍ର ଟିଭିଏସ୍‌ର କ୍ରୁଜେର ବାଇକ ଲଞ୍ଚ ହେବାକୁ ଯାଉଛି। କମ୍ପାନୀ ଗତବର୍ଷ ଅଟୋ ଏକ୍ସପୋରେ ଏହି ବାଇକର ଲୋଗୋ ଲଞ୍ଚ କରିଥିଲା। କମ୍ପାନୀ ତାର ଚାଳକଙ୍କୁ ଆକର୍ଷିତ କରିବା ପାଇଁ ବାଇକର ନାମ ଜେପଲାଇନ ରଖିଛି। ଟିଭିଏସ୍‌ ଜେପଲାଇନର ପ୍ରଡକ୍ସନ ଭର୍ସନ ପ୍ରସ୍ତୁତ କରିସାରିଛି। ଖୁବଶୀଘ୍ର ଭାରତୀୟ ବଜାରରେ ଏହାକୁ ଲଞ୍ଚ କରିବ ଟିଭିଏସ।
ଟିଭିଏସ୍‌ କ୍ରୁଜେର ବାଇକ ଏପର୍ଯ୍ୟନ୍ତ ନିଜ ବାଇକକୁ ଲଞ୍ଚ କରିନଥିବା ବେଳେ ବଜାଜ ଏବଂ ରୟାଲ ଏନଫିଲଡ ବଜାରେ ହଇଚଇ ସୃଷ୍ଟି କରିଛି। ଖାସ୍‌ ଏଥିପାଇଁ ବଜାଜର ଆଭେଞ୍ଜର ଏବଂ ରୟାଲ ଏନଫିଲଡର ବୁଲେଟକୁ ଟକ୍କର ଦେବା ପାଇଁ ଟିଭିଏସ୍‌ ଜେପଲାଇନକୁ ଲଞ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଛି।

ଜେପଲାଇନର କ’ଣ ରହିଛି ବିଶେଷତ୍ୱ ?
ଜେପଲାଇନର ୨୨୦ ସିସି ସିଂଗଲ ସିଲଣ୍ଡର ଇଞ୍ଜିନ ରହିଛି। ଏହାସହିତ ଇଞ୍ଜନର ଇଣ୍ଟିଗ୍ରେଟେଡ ଷ୍ଟାର୍ଟ ଜେନେରଟର ଅର୍ଥାତ (ISG) ଲେସ୍‌ ରହିଛି। ଟିଭିଏସ୍‌ ଏହି ଟେକୋନଲଜି ଯୋଗୁଁ ଅଧିକ ବୁଷ୍ଟ ମିଲିବ ଏବଂ ବାଇକ ଦ୍ରୁତ ଗତିରେ ଯିବ। ଏହି ଇ-ବୁଷ୍ଟ ଅପ୍ସନ ନାମକ ଏକ ବଟନ ରହିଛି, ଯାହାକୁ ଚାଳକ ଅନ୍‌ କରିବା ମାତ୍ରେ ଅଧିକ ଏକ୍ସିଲେସନ କରିବାର ସୁଯୋଗ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.