ଫ୍ରାନ୍ସରୁ ମିଳିଲା ବିଶ୍ଵର ସବୁଠାରୁ ବଡ଼ ଡାଇନୋସରର ଜୀବାଶ୍ମ, ଜଙ୍ଘ ହାଡ଼ର ଲମ୍ବ ଛଅ ଫୁଟ

ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଦୁନିଆର ସବୁଠାରୁ ପ୍ରଥମ ଏବଂ ବିଶାଳକାୟ ଜୀବ ଡାଇନୋସର ପୁଣିଥରେ ଚର୍ଚ୍ଚାରେ, ଫ୍ରାନ୍ସର ଓଂଜେକ ଅଂଚଳରୁ ବୈଜ୍ଞାନିକମାନଙ୍କୁ ଦୁନିଆର ସବୁଠାରୁ ବଡ ଡାଇନୋସରର ଜୀବାଶ୍ମ ମିଳିଛି ବର୍ତ୍ତମାନ ବୈଜ୍ଞାନିକମାନେ ଏହି ପୁରା ଅଂଚଳରେ ଛାନଭିନ ଆରମ୍ଭ କରିଦେଇଛନ୍ତି।

ଡାଇନୋସରର ଜୀବାଶ୍ମ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ମାନଙ୍କ ମତରେ ବିଶ୍ଵର ସବୁଠାରୁ ବଡ଼ ଡାଇନୋସରର ଜଙ୍ଘର ହାଡ଼ ଦକ୍ଷିଣ ପଶ୍ଚିମ ଫ୍ରାନ୍ସର ଓଂଜେକ ଅଂଚଳରୁ ଠାବ କରାଯାଇଛି। ଏହି ଡାଇନୋସରର ହାଡ଼ର ଆକାର ୬.୬ ଫୁଟ ଅଟେ। ସେମାନଙ୍କ କହିବା ଅନୁଯାୟୀ ଏହି ହାଡ଼ ସୌରୋପୋଡ ଡାଇନୋସରର ଅଟେ। ସୌରୋପୋଡ ଡାଇନୋସର ଗୁଡିକ ଶାକାହାରୀ ଅଟନ୍ତି ଏବଂ ଏମାନଙ୍କର ବେକ ଓ ଲାଞ୍ଜ ବହୁତ ଲମ୍ବା ଅଟେ। ଏହି ଡାଇନୋସର ଗୁଡିକ ଜୁରାସିକ ଅମଳର ଶେଷ ଆଡ଼କୁ ଦେଖାଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀରେ ମିଳିଥିବା ବିଶାଳକାୟ ଜୀବ ମାନଙ୍କ ମଧ୍ୟରେ ଏହା ସବୁଠାରୁ ବଡ଼ ଅଟେ।

ନ୍ୟାସନାଲ ହିଷ୍ଟ୍ରୀ ମ୍ୟୁଜିୟମ ଅଫ ପ୍ୟାରିସ ଅନୁସାରେ ଡାଇନେସୋରର ଯେଉଁ ହାଡ଼ ମିଳିଛି ସେଥିରେ ମାଂସପେଶୀ ଗୁଡିକର ଗଣ୍ଠି ଏବଂ କ୍ଷତ ଦେଖାଯାଇଛି। ଏହିଭଳି ବଡ ବଡ଼ ହାଡ଼ ଗୁଡିକ ପ୍ରାୟତଃ ଏତେ ଭଲ ଅବସ୍ଥାରେ ମିଳେନାହିଁ ସାଧାରଣତଃ ଏପରି ବଡ଼ ହାଡ଼ ଗୁଡିକ ଆପଣଛାଏଁ ଭାଙ୍ଗି ନଷ୍ଟ ହୋଇଯାଇଥାଏ। ସୂଚନା ଅନୁଯାୟୀ ଏତେ ବଡ଼ ଆକାରର ସୌରୋପୋଡ ଡାଇନୋସର ଗୁଡିକ ପ୍ରାୟ ୧୪୦୦୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ଦେଖାଦେଇଥିଲେ। ଏହି ଡାଇନେସୋରର ଓଜନ ପ୍ରାୟ ୪୦ ରୁ ୫୦ ଟନ ଥିଲା ।

୨୦୧୦ରେ ମଧ୍ୟ ବୈଜ୍ଞାନିକ ମାନଙ୍କୁ ଏହି ପ୍ରଜାତି ଡାଇନୋସରର ହାଡ ମିଳିଥିଲା। ସେହି ସମୟରେ ଯେଉଁ ହାଡ଼ ମିଳିଥିଲା ସେ ମଧ୍ୟ ଏହି ଡାଇନୋସରର ଜଙ୍ଘ ହାଡ଼ ଥିଲା ଯାହାକି ୨.୨ ମିଟର ଲମ୍ବର ଥିଲା। ଏହି ଡାଇନୋସରର ହାଡର ଓଜନ ପାଖାପାଖି ୫୦୦ କିଲୋଗ୍ରାମ ଅଟେ ।

Leave A Reply

Your email address will not be published.