ନୟାଗଡ଼ ସିରିଜ୍‌ ଦୁର୍ଘଟଣା ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ହେବ ଅନ୍ତିମ ସଂସ୍କାର

ନୟାଗଡ଼ : ନୟାଗଡ଼ ଶରଣକୁଳରେ ସିରିଜ୍‌ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଯାଇଥିବାବେଳେ ମଦ୍ୟପାନ କରି ଡ୍ରାଇଭର ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଡ୍ରାଇଭରକୁ ପୋଲିସ ଗିରଫ କରିଛି । ସେପଟେ ଉପଜିଲ୍ଲାପଳ, ଓଡଗାଁ ତହସିଲଦାର ଘଟଣାସ୍ଥଳରେ ପହ଼ଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଥିଲା।

ମୃତକଙ୍କ ପିରବାରକୁ ରେଡକ୍ରସ ପାଣ୍ଠିରୁ ୨୦ହଜାର, ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୨ଲକ୍ଷ ଓ ଠିକା ସଂସ୍ଥା ପକ୍ଷରୁ ୧ଲକ୍ଷ ଟଙ୍କା ସହାୟତା ଦେବାକୁ ପ୍ରତିଶୃତି ଦିଆଯାଇଛି। ଆଜି ମୃତଦେହ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯିବ। ଗତକାଲି ଅପରାହ୍ନରେ ଆରକେଡି ଠିକା ସଂସ୍ଥାର ଏକ ହାଇୱା ନିୟନ୍ତ୍ରଣ ହରାଇ ଜଣଙ୍କ ପରେ ଜଣଙ୍କୁ ଦୁର୍ଘଟଣା ଘଟାଇ ମାଡିଚାଲିଥିଲା। ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଧାରଣରେ ବସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.