ବାଘ ଆକ୍ରମଣର ଲାଇଭ୍‌ ଭିଜୁଆଲ୍, ଦେଖିଲେ ଥରି ଉଠିବ ଛାତି

ଆସାମ: ବାଘ ଆକ୍ରମଣର ଲାଇଭ୍‌ ଭିଜୁଆଲ୍ । ଗୋଡାଇ ଗୋଡାଇ ଆକ୍ରମଣ କରୁଛି ବାଘ। ବାଲି ଗଦା ଉପରୁ ଭୟଙ୍କର କୁଦା ମାରି ଲୋକଙ୍କୁ ଆକ୍ରମଣ କରୁଛି। କାଜିରଙ୍ଗା ନ୍ୟାସନାଲ ପାର୍କ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓଟି ଏବେ ଭାଇରାଲ ହୋଇଛି।

video courtesy: The Entertainer 101

କାଜିରଙ୍ଗା ପାର୍କରୁ ଜନବସତି ଆଡେ ବାଘଟି ଚାଲିଆସିଥିଲା। ଆସାମ ନାପାମ ଅଞ୍ଚଳ ତେଜ୍‌ପୁର ୟୁନିଭରସିଟି ନିକଟରେ କିଛି ଲୋକଙ୍କୁ ଦେଖି ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା । ଏଥିରେ ୨ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏନେଇ ଆତଙ୍କ ଖେଳିଯାଇଛି। ତେବେ ବାଘକୁ ଜଙ୍ଗଲ ଆଡକୁ ଘଉଡାଇବାକୁ ପ୍ରଶାସନ ପକ୍ଷରୁ ଅପରେସନ ଲଞ୍ଚ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.