ବିଭିନ୍ନ ମନ୍ଦିରରେ ହେଉଛି ସିରିଜ୍ ଲୁଟ, ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା

ବୌଦ୍ଧ ଜିଲ୍ଲାରେ ଥମିବାର ନା ନେଉ ନାହିଁ ମନ୍ଦିରରୁ ଚୋରି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରେ ସିରିଜ୍ ଲୁଟ ହେଉଛି । ପୋଲିସ ବି ସୁରାକ ପାଉନି । ପୋଲିସ କୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଲୁଟେରା ।

ବୌଦ୍ଧ (କେନ୍ୟୁଜ): ଏବେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ପୂର୍ବରୁ ଘର ଓ ଦୋକାନରୁ ଚୋରି କରୁଥିଲେ । କିନ୍ତୁ ଘରେ ଓ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଭୟରେ ମନ୍ଦିରରେ ବୁଲାଉଛନ୍ତି କଳାକନା । ମନ୍ଦିରରୁ ଏମିତି ଚୋରି କରୁଛନ୍ତି ଯେ ପୋଲିସକୁ କିଛି ବି ସୁରାକ ମିଳୁନି । ଗାଁରେ ଗାଁରେ ମାତିଛନ୍ତି ଚୋର । ଦିନ ବେଳେ କେଉଁ ମନ୍ଦିରରୁ ଚୋରି କରିବେ ଲକ୍ଷ୍ୟ ରଖୁଛନ୍ତି । ଆଉ ରାତି ହେଲେ ଚୁପ ଚାପ ଆସି ମନ୍ଦିରର ହୁଣ୍ଡି ଭାଙ୍ଗି ସବୁ କିଛି ସଫା କରି ନେଉଛନ୍ତି । ଠାକୁରଙ୍କ ସୁନା ଅଳଙ୍କାର ସହ ଦାନରେ ମିଳିଥିବା ଟଙ୍କାକୁ ବି ଛାଡ଼ୁ ନାହାନ୍ତି ।

ବୌଦ୍ଧ ଜିଲ୍ଲାରେ ଥମିବାର ନା ନେଉ ନାହିଁ ମନ୍ଦିରରୁ ଚୋରି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରେ ସିରିଜ୍ ଲୁଟ ହେଉଛି । ପୋଲିସ ବି ସୁରାକ ପାଉନି । ପୋଲିସ କୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଲୁଟେରା । ପୁଣି ହରଭଙ୍ଗା ଥାନା ଅଧିନସ୍ଥ ବାଇଶିପଡ଼ା ଜଗନ୍ନାଥଙ୍କ ମନ୍ଦିରରୁ ଚୋରି କରିଛନ୍ତି ଦୁବୁର୍ତ୍ତ । ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସହ ଜଗନ୍ନାଥଙ୍କ ସୁନା ରୂପା ଅଳଙ୍କାର ଲୁଟି ନେଇଛନ୍ତି ଦୁବୁର୍ତ୍ତ । ବିଳମ୍ବିତ ରାତିରେ ଦୁବୁର୍ତ୍ତମାନେ ଚୋରି କରିଥିବା ନେଇ ସୂଚନା ମିଳିଛି । ସମସ୍ତ ସୁନା ଅଳଙ୍କାର ଚୋରି କରି ଫେରାର ମାରିଛନ୍ତି ଦୁବୁର୍ତ୍ତ । ଘଟଣା ସ୍ଥଳରେ ହରଭଙ୍ଗା ଥାନା ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ ଜଗନ୍ନାଥ ମନ୍ଦିର ପୂଜକ ସକାଳୁ ସକାଳୁ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ । ସେହି ସମୟରେ ଗେଟ୍ ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ପୂଜକ । ସଙ୍ଗେ ସଙ୍ଗେ କମିଟି କୁ ଖବର ଦେବା ସହିତ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ତେବେ ପୂର୍ବରୁ ମଧ୍ୟ ଭୈରବୀ ମନ୍ଦିରରୁ ଗତ ୫ ତାରିଖରେ ହୁଣ୍ଡି ଭାଙ୍ଗି ଟଙ୍କା, ସୁନା ଓ ଗହଣା ଲୁଟ କରିଥିଲେ ଦୁବୁର୍ତ୍ତ । ସେହିପରି ସହରର ଗାୟତ୍ରୀ ମନ୍ଦିରରେ ମଧ୍ୟ ଦୁବୁର୍ତ୍ତମାନେ ଲୁଟ କରିଛନ୍ତି । ଏକ ମାସ ପୂର୍ବରୁ ଚନ୍ଦ୍ରଚୁଡ଼ ମନ୍ଦିରର ହୁଣ୍ଡି ଭାଙ୍ଗି ଦୁବୁର୍ତ୍ତମାନେ ଲୁଟି ଥିଲେ ପୁଣି ଏବେ ବିଳମ୍ବିତ ରାତିରେ ହୁଣ୍ଡି ଭାଙ୍ଗି ସବୁ ଲୁଟି ନେଇଛନ୍ତି ଦୁବୁର୍ତ୍ତ । ଏ ନେଇ ଉଭୟ ମନ୍ଦିର କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ତେବେ ଆଜିକାଲି ଏଭଳି ଲୁଟ ମାମଲା ଖୁବ ସାଧାରଣ ହୋଇଗଲାଣି । ସୁଯୋଗ ପାଇଲେ ଏ ଚୋରମାନେ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ଫେରାର ମାରନ୍ତି । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଚୋରମାନେ ଚୋରି କରିବା ଛାଡ଼ୁ ନାହାନ୍ତି । ତେଣୁ ଆପଣ ଏଭଳି ଲୁଟରୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ଏବଂ ସାବଧାନ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.