Below header

ମେଣ୍ଟକୁ ନେଇ ମନମୋହନ ସାମଲଙ୍କ ବଡ଼ ବୟାନ, ରାଜ୍ୟରେ ଏକାକୀ ସରକାର କରିବ ବିଜେପି

ରାଜ୍ୟରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ବଡ ବୟାନ । ରାଜ୍ୟରେ ଏକାକୀ ସରକାର କରିବ ବିଜେପି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ବଡ଼ ବୟାନ । ରାଜ୍ୟରେ ଏକାକୀ ସରକାର କରିବ ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଆ ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ିବ । ଓଡ଼ିଆ ଅସ୍ମିତାକୁ ନେଇ ଲୋକଙ୍କ ପାଖକୁ ଯିବୁ । ରାଜ୍ୟରେ ବିଜେପିର ସରକାର ହେବ।

ଆଜି ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ଚର୍ଚ୍ଚା ନେଇ ପ୍ରତିକ୍ରିୟା ଦେଇଥିଲେ । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି କହିଥିଲେ ମନମୋହନ । ‘ସବୁ ଠିକ୍ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି’ । ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି ବୋଲି କହିଥିଲେ ରାଜ୍ୟ ବିଜେପି ସଭାପତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.