ପ୍ରସିଦ୍ଧ ମା’ କାଳିତ୍ରା ଦେବୀ ପୀଠରେ ମହାଆଡମ୍ବରର ସହ ଅନୁଷ୍ଠିତ ହୋଇଛି ପଞ୍ଚ ଦିବସୀୟ ମହାଯଜ୍ଞ

ଭଦ୍ରକ ବ୍ଲକ ଅଧିନସ୍ଥ ବହୁ ଦରଡ଼ା ପଞ୍ଚାୟତର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ପ୍ରସିଦ୍ଧ ମା’ କାଳିତ୍ରା ଦେବୀ ପୀଠରେ ପଞ୍ଚ ଦିବସୀୟ ମହାଯଜ୍ଞ ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସେଠାରେ ମା'ଙ୍କ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ଏହି ଦିନ ରାଜ୍ୟର ଅନେକ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ ।

ମା’ କାଳିତ୍ରା ଠାକୁରାଣୀଙ୍କର ରହିଛି ଅନେକ ମାହାତ୍ମ୍ୟ । କାହିଁକି ନା ମା’ କାଳିତ୍ରାଙ୍କ ଅପାର କରୁଣା ନିଜ ଭକ୍ତ ମାନଙ୍କ ଉପରେ ରହିଛି । ଯାହା ମନୋସ୍କାମନା କରିଲେ ପୂରଣ କରନ୍ତି ଦେବୀ ମା’ କାଳିତ୍ରା । ଭଦ୍ରକରେ ରହିଛି ମା’ କାଳିତ୍ରାଙ୍କ ଅଦ୍ୟପୀଠ । ଅନେକ ଦିନରୁ ଏଠାରେ ପୂଜା ପାଇ ଆସୁଛନ୍ତି ମା’ । ଏଠାରେ ମା’ଙ୍କ ଆବିର୍ଭାବ ପଛରେ ରହିଛି ଅନେକ କିମ୍ବଦନ୍ତୀ । ଘଞ୍ଚ ଜଙ୍ଗଲ ମଧ୍ୟରେ ହୋଇଥିଲା ମା’ଙ୍କ ଆବିର୍ଭାବ ଏହା ପରେ ଭଦ୍ରକର ଏହି ସ୍ଥାନରେ ସ୍ଥାପିତ ହୋଇଥିଲା ମା’ କାଳିତ୍ରାଙ୍କ ମନ୍ଦିର ।

ଯେତେ ବଡ଼ ରୋଗ ହେଉ ନା କାହିଁକି ମା’ଙ୍କ ପୀଠରେ ପହଞ୍ଚି ନିଜ ମନୋସ୍କାମନା କରିବା ମାତ୍ରେ ରୋଗୀ ଏଠାରେ ଆରୋଗ୍ୟ ଲାଭ କରିଥାଏ । ଏହି ମଧ୍ୟରେ ଭଦ୍ରକ ବ୍ଲକ ଅଧିନସ୍ଥ ବହୁ ଦରଡ଼ା ପଞ୍ଚାୟତର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ପ୍ରସିଦ୍ଧ ମା’ କାଳିତ୍ରା ଦେବୀ ପୀଠରେ ପଞ୍ଚ ଦିବସୀୟ ମହାଯଜ୍ଞ ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସେଠାରେ ମା’ଙ୍କ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ଏହି ଦିନ ରାଜ୍ୟର ଅନେକ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହି ପୀଠର ରୂପାନ୍ତରିକରଣ ପରେ ଏହା ଏକ ପ୍ରସିଦ୍ଧ ତଥା ଆକର୍ଷଣୀୟ ପୀଠ ହୋଇ ପାରିଛି ।

ତେଣୁ ମା’ଙ୍କ ପୀଠରେ ଏହି ପାଞ୍ଚ ଦିବସୀୟ ମହାଯଜ୍ଞରେ ଦୈନିକ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ସହିତ ଭଦ୍ରକ ବିଧାୟକ ଏବଂ ସାଂସଦ ଯୋଗ ଦେଈ ମହା ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ । ନାମ ସଂକୀର୍ତ୍ତନ ସହ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ସେହିପରି ପୀଠରେ ଭଜନ କୀର୍ତ୍ତନ ସହିତ ପ୍ରସାଦ ସେବନର ବ୍ୟବସ୍ତା ମଧ୍ୟ କରାଯାଇଥିଲା । ମା’ କାଳିତ୍ରାଙ୍କ ଏହି ଉତ୍ସବରେ ଆଖପାଖ ଗ୍ରାମର ଶତାଧିକ ଭକ୍ତ ମାନେ ମଧ୍ୟ ଯୋଗ ଦେଇଥିଲେ । ମା କାଳିତ୍ରାଙ୍କ ଦର୍ଶନ ପାଇଁ ଏବେ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଏନେଇ ଏଠାରେ ସୃଷ୍ଟି ହୋଇଛି ଖୁବ ଆଧ୍ୟାତ୍ମିକ ପରିବେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.