ସରକାରଙ୍କ ପୁଣି ଡିଜିଟାଲ ଷ୍ଟ୍ରାଇକ, ବନ୍ଦ ହେଲା ୧୮ ଓଟିଟି ଆପ୍ସ ସମେତ ୧୯ ୱେବସାଇଟ

କେନ୍ଦ୍ର ସରକାର ପୁଣି ଥରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଏଥିରେ ୧୮ଟି ଓଟିଟି ଆପ୍ସ, ୧୯ ୱେବସାଇଟ, ୧୦ ଆପ୍ସ ସମେତ ୫୭ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସରେ ବ୍ୟାନ୍‌ ଲଗାଇଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହି ପ୍ଲାଟଫର୍ମରେ ଅନେକ ଥର ଚେତାବନୀ ଦେଇଛନ୍ତି ।

କେନ୍ଦ୍ର ସରକାର ପୁଣି ଥରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଏଥିରେ ୧୮ଟି ଓଟିଟି ଆପ୍ସ, ୧୯ ୱେବସାଇଟ, ୧୦ ଆପ୍ସ ସମେତ ୫୭ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସରେ ବ୍ୟାନ୍‌ ଲଗାଇଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହି ପ୍ଲାଟଫର୍ମରେ ଅନେକ ଥର ଚେତାବନୀ ଦେଇଛନ୍ତି । ଏହି ପ୍ଲାଟଫର୍ମ ଆଇଟି ଆକ୍ଟ ନିୟମର ବାରମ୍ବାର ଉଲ୍ଲଙ୍ଘନ କରୁଥିଲା ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କହିଛି କି, ଓଟିଟି ପ୍ଲାଟଫର୍ମରେ ଖରାପ ବିଷୟ ଦେଖାଯାଉଛି । ଏହି ଆପ୍ସ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରୁ ହଟାଇ ଦିଆଯାଇଛି । ରିପୋର୍ଟ ମୁତାବକ, କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ୧୮ଟି ଓଟିଟି ପ୍ଲାଟଫର୍ମକୁ ଖରାପ କଣ୍ଟେଣ୍ଟ ହଟାଇବା ପାଇଁ ଚେତାବନୀ ଜାରି କରିଥିଲା ।

୧୮ଟି ଆପ୍ସ ମଧ୍ୟରେ Dreams Films, Voovi, Yessma, Uncut Adda, TriFlicks, X Prime, Neon X VIP, Besharams, Hunters, Rabbit, Xtramood, Nuefliks, MoodX, Mojflix, Hot Shots VIP, Fugi, Chikooflix ଏବଂ PrimePlay ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.